ସଜେଇବି ତତେ ଇନ୍ଦ୍ରଧନୁ ରଙ୍ଗେ କଥା
ସଜେଇବି ତତେ ଇନ୍ଦ୍ରଧନୁ ରଙ୍ଗେ କଥା
ସଜେଇବି ତତେ ଇନ୍ଦ୍ରଧନୁ ରଙ୍ଗେ କଥା ଦେଉଛି ପ୍ରିୟା ,
ନୀଳ ତରଙ୍ଗକୁ ଆଣି ତୋ ପଣତେ କରେଇବି ମୁଁ ଅଙ୍କା ,
ତୋ ହାତେ ଶାମୁକା ଦେଇ ମୋତି ହେବ ତୋ ହସେ ବନ୍ଧା ,
କଳା ବାଦଲକୁ ବାନ୍ଧି ସଜେଇବି ତୋ ଗଭା ।
ଭିଜେଇବି ତୋତେ ପ୍ରେମ ବର୍ଷାରେ ସାଜି ମୁଁ ମେଘରାଜା ,
ଯେତେ ଜଳିଲେ ଜଳୁ ପଛେ ଏ ଦୁନିଆ ତୋପାଇଁ ମୁଁ ହେବି ରାଜା ,
ସଜେଇବି ସେଠି ଗୋଲାପ ପାଖୁଡା ଓଠ ତୋ ସଦ୍ୟ ସକାଳ ବର୍ଷାଭିଜା ,
ତୋ ଆଖି କଜଳେ ସପନ ଉଆସ ହୋଇଥିବ ସଜା ।
ଚାଲିରେ ତୋର ମୁକ୍ତା ଝରେ ଭାଷାରେ ପୁଣି ମହୁ ,
ଚାଲି ଦେଖି ତୋରାଜହଂସୀ ମୁଂହ ପୋତେ କି କହିବି ଆଉ ,
କେଉଁ କାରୀଗର ହାତ ଗଢ଼ା ଜୀବନ୍ତ କଣ୍ଢେଇ ତୁ ,
ରୂପ ରାଇଜର ରାଜ କୁମାରୀ ସତେ ତୁ ।
ଜହ୍ନର ଜ୍ୟୋତ୍ସ୍ନା
ଫିକା ପଡ଼ିଯାଏ ତୋ ମୁଂହ ସତେ ଏପରି ,
ଚାହାଁଣି ତୋର ଶାନ୍ତ ଶୀତଳ ମନୁ କ୍ଲାନ୍ତି ହରଇ ,
କଥାରେ ତୋର ମହୁଲି ନିଶା ସାଜିବୁକି ମୋ ମନ ମୟୂରୀ ,
ସାଜିବୁକି ମନର ସାରୀ ଖାଲି ଯେ ପଡ଼ିଛି ମୋ ମନ ପଞ୍ଜୁରୀ ।
ଏ ଯାବତ ଜୀବନ ମୋ ଅଛି ଯେ ମରୁଭୂମି ,
ଆଣିବୁକି ଜଳବିନ୍ଦୁ ସାଜି ମୋ ଆକାଶେ ମୌସୁମୀ
ସ୍ୱପ୍ନ କୁମାରୀ ମୋ ଗଢିଦେବି ସୁନା ପଞ୍ଜୁରୀ ପ୍ରେମରେ କରିବିନି ଅଣାଏବି କମି ,
ପୁସ୍ତକ କୀଟ ଜୀବନେ ମୋ ଉପହାର ହେବୁ କି ଦାମୀ ।