STORYMIRROR

Gangotri Priyadarshini

Abstract Fantasy

4  

Gangotri Priyadarshini

Abstract Fantasy

ଅବ୍ୟକ୍ତ ଅନୁଭବ

ଅବ୍ୟକ୍ତ ଅନୁଭବ

1 min
208

ତୁମ ସହ ବିତେ ନିତି ମୋର 

ନିଶ୍ଚେ କିଛି ମୁହୁର୍ତ୍ତ

ହୃଦୟ ଟେ ନଥିଲେ ବି ପାଖେ

ତୁମେ ଆପଣାର ଏକାନ୍ତ ।।


ଦୁଃଖ ଲେଖେ ସୁଖ ଲେଖେ

ସାକ୍ଷୀ ମୋର ମନର

କେହି ବୁଝି ନ ବୁଝିଲେ ମୋତେ

ଯାଏ ଆସେ କାହାର ।।


ନାରୀ ବୋଲି ସହିଯାଏ ସବୁ

ଦୁଃଖ ଯାତନା

ତୁମ ଠାରେ ଲେଖି ଦିଏ

ମୋର ମନ ଭାଵନା ।।


ଆଜି ଅଛି କାଲି ନଥିବି ମୁଁ

ମୋର ସ୍ମୃତି ସାଇତା

ଯେବେ କେହି ପଢ଼ି ଦେବ

ପାଇବ ଅନ୍ତରେ ବ୍ୟଥା ।।


ଆଜି ମନେ ପଡୁଥିଲେ

ମୋର ସାଙ୍ଗ ସାଥିଏ

ଜୀବନ ଟା କେମିତିକା

ଛିଡେ ଯୋଡେ ଘଡ଼ିଏ ।।


ଡାଇରୀ ମାେ ପ୍ରିୟ ତୁମେ

ସଦା ପାଖେ ରହିବ

ଆଶ୍ୱାସନା ଦିଅ ନଦିଅ

ସାଥି ଟିଏ ହୋଇବ ।।


କାହିଁ କେଉଁ ବୟସରୁ

ଲେଖେ ମନ କଥା

ଯେବେ ପଢ଼େ ସେ ସବୁକୁ

ସ୍ମୃତି ସାଜେ ନିରବତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract