ଆସ ପାଳିବା ପିତୃ ଦିବସ
ଆସ ପାଳିବା ପିତୃ ଦିବସ
ହେ ମୋର ପରମ ପୂଜ୍ୟ ସତ୍ୟ ଶିବ ସୁନ୍ଦର
ତୁମ ପାଇଁ ଏ ପିଣ୍ଡ ସୃୃଷ୍ଟି ପାଳନ ଓ ସଂହାର
ତୁମେ ହିଁ ପହିିଲି ଆଲୋକର ବୀର୍ଯ
ମୁକୁୁଳା ବେଣୀର ଗଭା ସଦୃୃଶ ।
ଲୀଳା କରି ସ୍ନେହ ମମତାର
ହିଆରେ ଲଦି ଦିଅ ଅନେକ କଷଣ
ତବ ହୃଦୟର ଆଲିଙ୍ଗନରେ
ମିଠା ମିଠା ଚୂୂମ୍ପନର ସ୍ପର୍ଶରେ ।
ମୁଁ ଯେତେବେଳେ ଖିଲି ଖିଲି ହସେ
ସ୍ଵର୍ଗ ମର୍ତ୍ତ୍ୟ ସଦୃୃଶ କର ଦୁୁୁଇଟି
ମୋ ଆଡ଼କୁ ପ୍ରସାରିତ ହୋଇ ଆସେ
ପାହାଚ ଚଢ଼ିବାକୁ ଏ ବିିିିଶାଳ ଗ୍ରହର ପଥେ ।
ଗୁରୁୁୁକୂଳ ଓ ଚାଟଶାଳୀ ସହିତ ଆଜିର ଶିକ୍ଷା
ଦୀକ୍ଷା ଶିକ୍ଷା ଗୁରୁ ଭାବରେ କଲ ବ୍ୟବସ୍ଥା
ସେହି ସଂସ୍କାର ଜୀବନରେ ଭରିି ଦେଇଛି
ନବ ପ୍ରଭାତର ନୂତନ ରାହା ଉଦ୍ଦିପନା ।
ଲଙ୍ଘିଯାଏ ଆସୁ ଯେତେ ଘାତ ପ୍ରତିଘାତ
ଫର୍ ଫର୍ ଡେଣା ଝାଡି ଉଡ଼େ ସାରା ରାଇଜ
କି ଆନନ୍ଦ କି ତୃୃପ୍ତିିିି ମିଳଇ ତୁମକୁ
ତାହା ମୁଁ ଜାଣିନାହିଁ ।
ଜଳି ଜଳି ସଳିତାଟିଏ ହୋଇ
ଆଲୋକ ଦେଇଥାଅ ଆମକୁ
ବାସ୍ତବଦୀ ଜଡ଼ବାଦୀ ବିଶାଳ ଦୁନିଆରେ
ସଂସାର ବନ୍ଧନରେ ବା ବାୟୁ ର ଚାପରେ ।
ମୁଁ ଧୀରେ ଧୀରେ ଭୁଲିିିଯାଏ ଅଲିିିଭା ସ୍ମୃତିକୁୁ
ରାଜ୍ୟ ଲୋଭ ଛାଡ଼ି ପିତୃ ସତ୍ୟ ପାଳି
ଯିଏ ଯାଇଥିଲେ ଚଉଦ ବର୍ଷ ବନବାସ
ଅନ୍ଧ ପିତାମାତାଙ୍କୁ କାନ୍ଧରେ ବୋହି ।
କରାଇ ଥିଲେ ତୀର୍ଥ ଭ୍ରମଣ ଶୁଣାଇ ଗୀତା
ବାର୍ଦ୍ଧକ୍ୟରେ ପାଖେ ଥାଇ କରଇ ସେବା
ଅନାଥାଶ୍ରମର ନଥାଏ ବ୍ୟବସ୍ଥା
ପ୍ରକୃତ ପୁତ୍ର ତାଙ୍କୁ ହିଁ କହିିିବା।