STORYMIRROR

Bijaya kumar panda

Inspirational Others Children

3  

Bijaya kumar panda

Inspirational Others Children

ଉତ୍ତମ ଶିଷ୍ୟ

ଉତ୍ତମ ଶିଷ୍ୟ

1 min
250

ହୀରା ଲୀଳା ମୋତି ମାଣିକ ମୁକୁତା

ପଞ୍ଚ ରତନରେ ହୁୁୁଅଇ ଗଣା

ସେହିପରି ଏକ ରତ୍ନ ତୁ ହୋଇବୁ

ମନ ଦେଇ ପାଠ ପଢ଼ିଲେ ସିନା।

ଭଲ ମନ୍ଦ ବୁଝି କାମ ତୁ କରିବୁ

ଆଗ ପଛ ସଦା ବିଚାରୁ ଥିବୁ

ହିଂସା ଅହଂକାର ସ୍ୱାର୍ଥ ଛାଡ଼ିଥିଲେ

ରାଇଜେ ଉତ୍ତମ ଗୃହୀ ହୋଇବୁ।

ଗରବ ନଥିବ କି ତ୍ରାସ ନଥିବ

ଗୁରୁଭକ୍ତି ଦାନୀ ଧର୍ମରେ ଥିବ

ପ୍ରକୃତ ଧନୀରେ ଗଣା ତୁ ହୋଇବୁ

ମାତୃଭୂମି ପାଇଁ ଯଦି କାମ କରିବ।

ବ୍ରହ୍ମ ଜ୍ଞାନ ପାଳି କୋପ ରୁ ଦୂରେଇ

ମାନ ରଖିଥିବ ପ୍ରତି ଜୀବରେ

ତପୋବନ୍ତ ହୋଇ ଯଶ ତୁ ଅର୍ଜିବୁ

ପିତାମାତାଙ୍କର ସେବା କରୁଥିଲେ।

 ତୁମେ ଯଦି ନାରୀ ସଂସାର ରେ ପୁୁୁଣିିି

ପତିିବ୍ରତା ସୁଶୀଳା ଗୁଣ ଆବୋରି

କାମନା ବାସନା ଦମନ କରିବୁ

ବନ୍ଧୁ କୁଟୁମ୍ବ ରେ ରଖି ଭକତିିି।

ପରିିବେଶ ପ୍ରତିି ଦୃଷ୍ଟି ତୁୁ ରଖିବୁ 

ଓଁ କାର ଉଚାରି ପଥ ଚାଲିବୁୁ   

ଗଛ ଲଗାଇବା ଜୀବେ ଦୟା ରଖି

ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବୁୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational