ହସ ନଗଦ ରାଗ ବାକି
ହସ ନଗଦ ରାଗ ବାକି
ସ୍ମିତ ହସ ଆଉ ନରମ କଥା
ଅମୃତ ଯେପରି ପାନ କରଇ
ପହିଲି ପାହାଚରେ ଜୀବନର
ଗଚ୍ଛିତ ଧନର ପ୍ରାପ୍ୟ ମିଳଇ।
ରାଗ କ୍ରୋଧ ଦୁଇ କଠିନ ଶବ୍ବ
ଦିଅଇ କରି ଜୀବନକୁ ଶେଷ
କଡ଼ା ଗଣ୍ଡା ସହ ହିସାବ କରି
ସୁଧ ମୂଳ ସହିତ ନିଏ ବହୁତ।
ବେଳ ଥାଉ ଥାଉ ସଜାଗ ହୁଅ
ପୂର୍ଣ୍ଣ ବୈତରଣୀ ପାରି ହୋଇବ
ମାନ ଅଭିମାନ ଦୂରେଇ ଦେଲେ
ହସ ଖୁସି ରେ ସର୍ବେ ସୁସ୍ଥ ରହିବ।
ଭୟ ଠୁଁ ଦୂରେଇ ହେବା ସାହାସୀ
ସତ୍ୟ ଶାନ୍ତି ଦୟା କର୍ତ୍ତବ୍ୟକୁ ଧରି
ଅଙ୍ଗେ ଚଞ୍ଝଳତା ମନ ସ୍ଥିର ରଖି
ଜୀବନ ବିତାଅ ହୋଇ ଦେଶପ୍ରେମୀ।
ଆଜି ଅଛ ପୁଣି କାଲି ନଥିବ
ଧନ ସମ୍ପଦ କ'ଣ ନେଇକି ଯିବ
ସବୁକିଛି ଭୂଲି ନଗଦ ରେ ହସ
ରାଗ କୁ ରଖିବା ସବୁୁରେ ବାକି।।
