STORYMIRROR

Bijaya kumar panda

Inspirational Children

3  

Bijaya kumar panda

Inspirational Children

ହସ ନଗଦ ରାଗ ବାକି

ହସ ନଗଦ ରାଗ ବାକି

1 min
258

ସ୍ମିତ ହସ ଆଉ ନରମ କଥା

ଅମୃତ ଯେପରି ପାନ କରଇ

ପହିଲି ପାହାଚରେ ଜୀବନର

ଗଚ୍ଛିତ ଧନର ପ୍ରାପ୍ୟ ମିଳଇ।

ରାଗ କ୍ରୋଧ ଦୁଇ କଠିନ ଶବ୍ବ

ଦିଅଇ କରି ଜୀବନକୁ ଶେଷ

କଡ଼ା ଗଣ୍ଡା ସହ ହିସାବ କରି

ସୁଧ ମୂଳ ସହିତ ନିଏ ବହୁତ।

ବେଳ ଥାଉ ଥାଉ ସଜାଗ ହୁଅ

ପୂର୍ଣ୍ଣ ବୈତରଣୀ ପାରି ହୋଇବ

ମାନ ଅଭିମାନ ଦୂରେଇ ଦେଲେ

ହସ ଖୁସି ରେ ସର୍ବେ ସୁସ୍ଥ ରହିବ।

ଭୟ ଠୁଁ ଦୂରେଇ ହେବା ସାହାସୀ 

ସତ୍ୟ ଶାନ୍ତି ଦୟା କର୍ତ୍ତବ୍ୟକୁ ଧରି

ଅଙ୍ଗେ ଚଞ୍ଝଳତା ମନ ସ୍ଥିର ରଖି

ଜୀବନ ବିତାଅ ହୋଇ ଦେଶପ୍ରେମୀ।

ଆଜି ଅଛ ପୁଣି କାଲି ନଥିବ

ଧନ ସମ୍ପଦ କ'ଣ ନେଇକି ଯିବ

ସବୁକିଛି ଭୂଲି ନଗଦ ରେ ହସ

ରାଗ କୁ ରଖିବା ସବୁୁରେ ବାକି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational