STORYMIRROR

Bijaya kumar panda

Action Classics Inspirational

4  

Bijaya kumar panda

Action Classics Inspirational

ବନ୍ଧୁ ରେ

ବନ୍ଧୁ ରେ

1 min
210


   ତୋ ବିନା ଲାଗେନା କିଛି ଭଲ

ତୁମେ ଏକା ମୋର ଜୀବନର ସାଥି

   କେମିତି କରିବି ପର

ବନ୍ଧୁ ରେ ତୋ ବିନା ଲାଗେନା କିଛି ଭଲ।

କେତେ ହସ ଖେଳ ଗୁଲି ଖଟି ମଜା

            ବିିିିିିତିଛି ଜୀବନେ ଆମ

ବୃୃଦ୍ଧ କି ଯୁବକ ଜଣା ପଡ଼େ ନାହିଁ

         ନିିଃସ୍ଵାର୍ଥପର ଏ ସଂପର୍କ।

କେତେ ଆପଣାର ତୁମେ ମୋ ନିଜର

        ରାଗକୁ ଦୂରେଇ ଦିଅ

ଯେତେ ଦୁୁଃଖ ଥିଲେ ହସ ଭରିଦିଅ

       ମୋ ମନ ମନ୍ଦିରେ ଥାଅ।

ପ୍ରକୃତ ବନ୍ଧୁର ପରିଚୟ ଘେନି

          ବିପଦରେ ଛିଡ଼ା ହୁଅ

କୃୃଷ୍ଣ ସୁଦାମା ର ପିରତି ର କଥା

        ଭୁଲି ନି ଆଜି ଏ ମନ।

ବିିିିଶ୍ଵ ଭାତୃତ୍ବ ର କଥା କହିଥାଏ

        ଆମରି ଏ ମିତ୍ର ଭାବ

ଦେଶ ବିଦେଶରେ ଯେଉଁଠି ଥିଲେ ବି

       ବିପଦରେ ଠିଆ ହେବ।

ବାଲ୍ୟକାଳରୁ ଆମେ ଶିକ୍ଷା ଅରଜିଛୁ

       ପ୍ରଜା ବତ୍ସଳ ସେ କପୋତ ରାଜ

ବନ୍ଧୁତା ଦିବସ ଅକ୍ଷୁର୍ଣ୍ଣ ରହୁ ରେ

            ହସି ଉଠୁ ଏ ଭାରତ।

ଏହି ମହାମାରୀ ଦେଲା ସବୁ ସାରି

         ଯେଉଁଠି ଅଛ ଭଲରେ ଥାଅ

ଦୁୁୁଃଖ ସୁଖ ଟିକେ ବାଣ୍ଟୁଥିବା ଆମେ

        ଲେଖୁଥିବା ନିତି କବିତା ଗପ।

ଧର୍ଯ୍ୟ ହାରିବାନି କର୍ମ କରିଯିବା

       ସଚେତନ ପଣେ ଜାଗ୍ରତ କରିବା

ଆଉ କିଛି ଦିନ କଷ୍ଟ ସହିି ଯାଅ

       ସୁଖ ର ମହଲ ପୁଣି ଖୋଲିବ।

ଭଲ ମନ୍ଦ ଭରା ଏହିତ ଜୀବନ

       କର୍ମ ଲାଗି ସିନା ନର ଜନମ

ପରିବେଶ ସହ ମିଶି ଚଳିଗଲେ

        ଜୀବନ ଅମୃତ ପରି ଲାଗିବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action