STORYMIRROR

Bijaya kumar panda

Tragedy Inspirational

3  

Bijaya kumar panda

Tragedy Inspirational

ଇଶ୍ଵର ଲୀଳାରେ ଆମ କର୍ତ୍ତବ୍ୟ

ଇଶ୍ଵର ଲୀଳାରେ ଆମ କର୍ତ୍ତବ୍ୟ

1 min
252

ଯୁଗ ସମ୍ଭବୀ ନରହରି ତାହାକୁ ପୁଣି ନାଶ କରି

ନାନାଦି ଆଳ ଭିଆଇଣ ଭ୍ରମରେ ପକାନ୍ତି ଧାରଣ।

ସେ ଲୀଳା ଖେଳା କୁୁ ତାଙ୍କର ନକରି ଆମେ ବିଚାର

ମୁଁ ଗର୍ବରେ ଥାଉ ମାତି ଯାହାକି ସେ ଘୃଣା କରନ୍ତି।

ତରୁ କୁ ନଷ୍ଟ ଯେ କରିିିିଣ ବାୟୁ ଶ୍ଵସଣେ ହେବ ଲୀନ

ଦ୍ରୁମ ଲତା କୁ ଆବୋରିିଣ କରିବା ସଦା ବିଚରଣ।

ପଶୁପକ୍ଷୀଙ୍କ ଅତ୍ୟାଚାରେ ବନ୍ଦୀ ହୋଇବେ ନିଜ ଘରେ

ଜାତି ଧର୍ମ ଯେ ଭେଦଭାବ ସଭିଙ୍କୁୁ ନିଃସଙ୍ଗ କରିିିବ।

ପ୍ରକୃତି ଭାରସାମ୍ୟ ପାଇଁ ଜୀବ ରେ ଦୟା ରଖି ତୁହି

ରାଜ୍ୟର ସଙ୍କଟ ପଡ଼ିବ ରକ୍ଷକ ଭିିକ୍ଷା ମାଗି ଯିିିବ।

ଜନ ର ନିୟନ୍ତ୍ରଣ ପାଇଁ ଉଭା ହୋଇବ ମହାମାରୀ

ଆସିବ ଶତ ବରଷରେ ମରିବେ ପୋକ ମାଛି ପରି ।

ଶାଖା ରହିଲେ ପତ୍ର ଆସେ ଦୁୁୁଃଖ ଥିଲେ ବି ସୁଖ ଆସେ

ଅଧିକ ଓଜନ ବୋହିଲେ ଜୀବନ ବହୁ କଷ୍ଟ ଲାଗେ।

କରିଲେ ଭଜନ କୀର୍ତ୍ତନ ଶାନ୍ତି ପ୍ରୀତିରେ ସତସଙ୍ଗ୍

ସଂସାରୁ ହେବ ଯଦି ପାରି ଭଜରେ ତୁୁହିି ବନମାଳୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy