STORYMIRROR

Bijaya kumar panda

Inspirational

3  

Bijaya kumar panda

Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
183

ଅଝଟ ମନ ତୁ ଆଉ ବାଇଆ ହୁଅନା

କଳଙ୍କିତ ନୁହେଁ ଏଠି ପ୍ରେମ ପରିିିଭାଷା

ହୃଦୟେ ଚନ୍ଦନ ଚିିିିତା ଅଟେ ଶାନ୍ତି ଦାତା

ସେହି ପ୍ରେମେ ହସାଇବା ଏ ସାରା ଦୁନିଆ।

ପ୍ରେମ କର ପ୍ରେମ କର ପ୍ରେମ କର ସଦା

ଭରିଯାଉ ସଂସାରରେ ପ୍ରେମର ବାଟିକା

କୃଷ୍ଣ ସୁୁଦାମାର ପ୍ରେମ କର ଅନୁୁୁଚିନ୍ତା

ସାର୍ଥକ ହୋଇବ ପୁୁୁଣି ବିିିିଭୁୁଙ୍କ ସର୍ଜନା।

ପ୍ରକୃତି ପୁରୁଷରେ ପ୍ରେମ କିଏ ଭରିଲା

ପରିବାର ବନ୍ଧୁ ବାନ୍ଧବରେ ପ୍ରୀତି ଦେଲା

ସେ ପ୍ରେମରେ ଭରା ଅଛି ବାତ୍ସଲ୍ୟ ମମତା

ଯାହା ପାଇଁ କାନ୍ଦୁଥିଲେ ଯଶୋଧାରା ମାତା।

ଭୌତିକ ପ୍ରେମ ଅଶାନ୍ତିିିରେ ଭରିଲା ଦୁୁୁୁନିଆ

ସୃଷ୍ଟିର ବିନାଶରେ ଆହୁତି ପାଇଁ ଲୋଡା

ଶରୀର ପ୍ରେମରେ ଅଛି ଇନ୍ଦ୍ରିୟ ଲାଳସା

ଅଧାା ବାଟେ ଛାଡ଼ି ଯାଏ ଜୀବନର ଡଙ୍ଗା।

ସଂକୀର୍ଣ୍ଣ ପ୍ରେମରେ ସଦା ରଖ ସଂଯମତା

ବ୍ୟାପକ ପ୍ରେମେ ଦେଖାଅ ତୁୁହି ବ୍ୟାକୁଳତା

ଶାସ୍ତ୍ର ପୁରାଣରେ ଆମେ ମଥା ରଖିଥିବା

ଶ୍ରଦ୍ଧା ବିଶ୍ଵାସରେ କେତେ ମିଳିିିବ ପ୍ରଶଂସା।

ଏ ପ୍ରେମରେ ରାଧାରାଣୀ କରୁଥିଲେ ଚିନ୍ତା

ତାଙ୍କ ପ୍ରେମରେ ନଥିଲା ଟିିକେ ଆବିଳତା

ଆଦି ଅନ୍ତ ନାହିଁ ଯାର ପ୍ରେମ ପରିଭାଷା

ଅମାପ ଅକାଟ୍ୟ ସେ ପୁଣି ହୁଏନା କଳନା।

ସ୍ୱଚ୍ଛ ନିର୍ମଳ ଅଟେ ଏହି ପ୍ରେମର ବସା

ଗୋଦାବରୀ ମନ୍ଦାକିନୀ ସ୍ରୋତସ୍ୱିନୀ ଗଙ୍ଗା 

ଚିହ୍ନା ଅଚିହ୍ନା କରେ ନାହିଁ ତାହାରି ଧାରା

କଳଙ୍କ ନାହିଁ ତା ଦେହେ ଚିିରଞ୍ଜିବୀ ପରା।

ତ୍ରୈଲୋକ୍ୟରେ ଚାଲିଛି ଏ ପ୍ରେମର ସୁଧା

ପବିତ୍ର ବନ୍ଧନ ଏହା ନଥାଏ ଛଳନା

ଶ୍ରେଷ୍ଠ ଜୀବ ହୋଇ ତମେ ବୁୁଝିକି ପାରନା 

ପାଉଛ ସଂସାରେ ତେଣୁ ଅନେକ ଯାତନା।।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational