STORYMIRROR

MADHU MITA

Inspirational

4  

MADHU MITA

Inspirational

ଛିଃ ଛିଃ

ଛିଃ ଛିଃ

1 min
233


କଥା କହୁ କହୁ ହସିଦେଲି ବୋଲି..

ଜେଜେବାପା କଲେ ଛି ଛି..


ଡ଼ାକିଲାରୁ ଦୋୖଡି ଆସିଗଲି ବୋଲି..

ଜେଜିମା କରିଲେ ଛି ଛି..


ପାଠର ଉତ୍ତର ପ୍ରଥମେ ଦେଲାରୁ..

ସାଙ୍ଗମାନେ କଲେ ଛି ଛି..


ଟିଉସନ ଗଲି ପୁଅଙ୍କ ସାଙ୍ଗରେ..

ବଡ଼ଭାଇ କଲା ଛି ଛି..


ଖେଳିଦେଲି ବୋଲି ସାଙ୍ଗ ଗହଣରେ..

ପଡୋଶୀ କରିଲେ ଛି ଛି..


ସାଇକଲ ଶିଖି ଚଲେଇ ଦେଲାରୁ..

କାମବାଲି କଲା ଛି ଛି..


ବାପା ଭାଇ ସଙ୍ଗେ ଖାଇ ବସିବାରୁ..

ଆଈମା କହିଲେ ଛି ଛି..


ସିନେମା କି ଡ୍ରାମା ଦେଖିବାକୁ ଗଲେ..

ଅଜା ମୋ କରିଲେ ଛି ଛି..


ପ୍ରତିଯୋଗିତାରେ ଜିତିଗଲି ଯେବେ..

ମାଆ କହିଦେଲେ ଛି ଛି..


ଭାଇ ପରି ଗାଡ଼ି ଚଢ଼ିବି କହିଲି..

ବାପା ବି କହିଲେ ଛି ଛି..


ବାହାଘର ପରେ ଟିକେ ଶୋଇଗଲେ..

ଶାଶୁ ମୋ କରନ୍ତି ଛି ଛି..


ଲୁଣି କି ଅଲଣା ତରକାରୀ ହେଲେ..

ନଣନ୍ଦ କରନ୍ତି ଛି ଛି..


ଖାଇବାରେ ରୁଚି ଅରୁଚି କହିଲେ..

ଶଶୁର କରନ୍ତି ଛି ଛି..


ଫୋନରେ ଟିକେ କଥା ହେଲି ବୋଲି..

ଦେଢ଼ଶୁର କଲେ ଛି ଛି..


ଶାଢ଼ୀ ପିନ୍ଧିବାକୁ ଡେରି ହୋଇଗଲେ..

ମାଉସୀ କରନ୍ତି ଛି ଛି..


ମଥାର ଓଢଣା ଟିକେ ଖସିଗଲେ..

ମଉସା କରନ୍ତି ଛି ଛି..


ଭୋକ ଟିକେ ଯଦି ସହି ପାରେନାହିଁ..

ପିଉସା କରନ୍ତି ଛି ଛି..


ଚାଲୁ ଚାଲୁ ଟିକେ ଜୋର ହୋଇଗଲେ..

ପିଉସୀ କରନ୍ତି ଛି ଛି..


ବାପଘର କଥା ମନେ ପକେଇଲେ..

ଦିଅର କରନ୍ତି ଛି ଛି..


ଆଗଭର ହୋଇ କାମ କରିଦେଲେ..

ଯା ମାନେ କଲେ ଛି ଛି..


କେବେ କି କଷ୍ଟରେ ରାଗିଗଲେ ଟିକେ..

ସ୍ୱାମୀ କରିଛନ୍ତି ଛି ଛି..


ପ୍ରଥମ ଗର୍ଭରେ ଝିଅ ଜନ୍ମ ହେଲେ..

ସମସ୍ତେ କରନ୍ତି ଛି ଛି..


କୁହନ୍ତି ବଡ଼ ଅଧିକାର କଥା ..

ମାଗିଲେ କରନ୍ତି ଛି ଛି..


ସ୍ୱାଧୀନତା କଥା କଥାରେ କୁହନ୍ତି..

ଆଗେଇଲେ ହୁଏ ଛି ଛି..


ଜନ୍ମ ଠାରୁ ସତେ ମରଣ ପର୍ଯ୍ୟନ୍ତେ..

ସାଙ୍ଗରେ ରୁହେ ଏ ଛି ଛି..


ନାରୀ ସହ ବଞ୍ଚି ଯୁଇରେ ଚଢାଇ..

ହସିଦେଇ କୁହେ ଛି ଛି...



এই বিষয়বস্তু রেট
প্রবেশ করুন

Similar oriya poem from Inspirational