ସିଧାକଥା କବିତା: 123
ସିଧାକଥା କବିତା: 123
ଗୋଟିଏ କଥା ଗୋଟିଏ ଚର୍ଚ୍ଚା ଚାଲିଛି ଘରେ ବାହାରେ,
କରୋନା ଆସି କଅଣ କଲା ଆମରି ସୁନା ସଂସାରେ ?
ମାନବଜାତି କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ କହିଲେ,
ଦୀପଟି ଜାଳି ପ୍ରାର୍ଥନା କର ଭଲ ପ୍ରସ୍ତାବ ଥୋଇଲେ |
ଥୋକାଏ ବସି କହନ୍ତି ଆମେ ମାନିବୁ ନାହିଁ ନିୟମ,
ନିଜେ ମରିବୁ ସବୁ ମାରିବୁ ହୀନ ତାଙ୍କର କରମ |
ଭଲକଥା କେ କହିଲେ ତାକୁ ହସିକି ଦେବୁ ଉଡ଼େଇ,
ଦାୟିତ୍ୱହୀନ ଭାଷଣ ଦେବୁ ଦେଖାଇ ନିଜ ବଡ଼େଇ |
ଏଇ ଦେଶରେ ଅଛନ୍ତି ଲୁଚି ଅନେକ ଶିଖି ମନେଇ,
ଚରଣ କେତେ ଦେଶ ଶତ୍ରୁକୁ ଆଣି ରଖନ୍ତି ମତେଇ |
ରାଜନୀତିର ପଶାପାଲିରେ କେତେକ ନାକ ଟେକନ୍ତି,
ଜାତି ଘାତକ ସଂସ୍କୃତି ମାରୁ ନିଜ ବିବେକ ବିକନ୍ତି |
ଭୂତାଣୁଠାରୁ ବେଶୀ ବିପଦ ହୀନବୁଦ୍ଧିର ମଣିଷ,
ବଗମୁଣ୍ଡରେ ଲାଗିବ ଅଠା କାଉ ଖାଇବ ପଣସ |
