STORYMIRROR

Niranjan Sahu

Inspirational

4  

Niranjan Sahu

Inspirational

ନହେଲେ,କାନ୍ଦି କାନ୍ଦି ନିଶ୍ଚେମରିବ

ନହେଲେ,କାନ୍ଦି କାନ୍ଦି ନିଶ୍ଚେମରିବ

1 min
222

ରେ ରେ ମଣିଷ କଥାଟିଏ କହେ      

ଶୁଣି ତାକୁ ଟିପିରଖ

ତୁମ ଭଲ ପାଇଁ କହୁଅଛି ମୁହିଁ

ମୋ କଥାରୁ କିଛି ଶିଖ


ବାପା ମାଆଙ୍କୁ ବୃଦ୍ଧା ଶ୍ରମରେ

ଯଦି ଛାଡ଼ି ଦେଇପାର

ନିଜ ସନ୍ତାନ କୁ ଅନାଥ ଆଶ୍ରମେ

ଛାଡ଼ିଦେଇ ଖୁସି କର


ତୁମ ପାଇଁ ଭଲ କଥାଟିଏ ହେବ

ଖୁସିରେ ଖୁସିରେ ରହିବ

ତୁମେ ବୃଦ୍ଧ ହେଲେ ବୃଦ୍ଧା ଶ୍ରମରେ

ଛାଡିବାକୁ କିଏ ନଥିବ


ସନ୍ତାନ ସିନା ତୁମ ପାଖେ ଥିଲେ

ବୃଦ୍ଧାଶ୍ରମେ ଛାଡ଼ିଦେଵ

ବୃଦ୍ଧାଶ୍ରମେ ରହି ଦୁଃଖରେ ଦୁଃଖରେ

କାନ୍ଦି କାନ୍ଦି ଦିନ କଟିବ.....


ସନ୍ତାନ ନଥିବେ ତୁମରି ପାଖରେ

ନିସଙ୍ଗ ଜୀବନ କାଟିବ

ଅସହାୟ ହୋଇ ଘରେ ପଡିରହି

ମରଣକୁ ଜଗି ରହିବ


ତୁମେ ଛାଡିଥିବା ବାପା ମାଆଙ୍କର

ସବୁ କଥା ମନେପଡିବ

ଅତୀତ କଥାକୁ ଗୁମୁରି ଗୁମୁରି

ଦୁଃଖରେ ଦିନ କଟିବ.....


ଜ୍ଞାନୀ ଗୁଣୀ ଯଦି ହୋଇଥିବ ତୁମେ

ମରମ କଥାକୁ ବୁଝିବ

ଆଗତ ବିଗତ ବିଚାରକୁ ନେଇ

ବେଳ ଥାଉ ବନ୍ଧ ବାନ୍ଧିବ.....

  ନହେଲେ କାନ୍ଦି କାନ୍ଦି ନିଶ୍ଚେ ମରିବ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational