STORYMIRROR

Sabita Nayak

Inspirational

4  

Sabita Nayak

Inspirational

ଦିନ ବିତି ଯାଏ କଥା ରହିଯାଏ

ଦିନ ବିତି ଯାଏ କଥା ରହିଯାଏ

1 min
345


ଦିନ ବିତି ଯାଏ କଥା ରହିଯାଏ 

ଇତିହାସ ହୁଏ ଲେଖି 

କୋଣାରକ ଗାଏ ଧରମାର କଥା 

ଭଗ୍ନ ଶିଳାସ୍ତୁପ ସାକ୍ଷୀ। 


ଧଉଳି ଗାଉଛି ଚଣ୍ଡାଶୋକ କଥା 

ବୁଦ୍ଧଙ୍କର ନୀତି ବାଣୀ 

ଦୟାନଦୀ କହେ ବଳୀଦାନ ଗାଥା 

ମୁକ ଧଉଳିଟି ସାକ୍ଷୀ। 


ବୀର ଖାରବେଳ ବିଜୟ ବାରତା 

ହାତୀଗୁମ୍ଫା କହେ କଥା 

ଜୈନ ସନ୍ୟାସୀଙ୍କ ଜୀବନ ପ୍ରତିମା 

ଗାଏ ନିର୍ବାଣର ଗାଥା। 


ସମୟ ଯାଏଟି ଅଟକି ରହେନି 

ରହିଯାଏ ପାଦଚିହ୍ନ 

ଆଜି କଥାଗୋଟି କାଲି ଇତିହାସ 

ଭୁଲିପାରେ କି ଏ ମନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational