ନମଃ ନମଃ ହନୁମନ୍ତ
ନମଃ ନମଃ ହନୁମନ୍ତ


ଜୟ ହେ ଅଞ୍ଜନାସୂତ ଜୟ ହେ ମାରୁତି l
ସ୍ମରଣରେ ତବ କଟେ ଭବ ଭୟ ଭୀତି ll
ମହା ବଳବନ୍ତ ପ୍ରଭୋ ଶ୍ରୀରାମ ସେବକ l
ସୁଖ ଶାନ୍ତି ଅର୍ଥ କାମ ମୋକ୍ଷ ପ୍ରଦାୟକ ll
ତବ ନାମେ ଭୂତ ପ୍ରେତ ରହିଥାନ୍ତି ଦୂରେ l
ତବ ବିନା ସଞ୍ଜୀବନୀ କିଏ ଆଣିପାରେ ll
ପବନ ଗତିରେ ପ୍ରଭୋ ସାଗର ଲଂଘିଲ l
ରାବଣପୁରୀରେ ପଶି ସୀତା ଠାବକଲ ll
ରାକ୍ଷସ ପୁରୀରେ ଶୁଣି 'ରାମ' ଉଚ୍ଚାରଣ l
ସାକ୍ଷ
ାତ ଗଳେ ଧରିଲେ ଭକ୍ତ ବିଭୀଷଣ ll
ଅଶୋକ ବନ ଉଜାଡ଼ି ବୃକ୍ଷ ଭାଙ୍କି ଝଙ୍କା l
ଜାନକୀଙ୍କୁ ଦେଲ ପରା ସୁବର୍ଣ୍ଣ ମୁଦ୍ରିକା ll
ଲାଙ୍ଗୁଳଅଗ୍ନିରେ ଦେଲ ସ୍ଵର୍ଣ୍ଣଲଙ୍କା ଜାଳି l
ପ୍ରମାଦେ ରାବଣ ଦଶଶିର ରହେ ଭାଳି ll
ଅସୁରେ ଆସିଲେ ସର୍ବେ ପର୍ବତଆକାର l
ଗୋଡ଼ାଇ ମାରିଲ କରି ପର୍ବତ ପ୍ରହାର ll
ନମଃ ନମଃ ଅଷ୍ଟସିଦ୍ଧି, ନବନିଧି ଦାନୀ l
ନମଃ ନମଃ ହନୁମନ୍ତ ନମସ୍ତେ ପାବନି ll