ସବୁଠୁଁ ଭଲ ମୋ ବାପା
ସବୁଠୁଁ ଭଲ ମୋ ବାପା


ସବୁଠୁଁ ଭଲ ମୋ ବାପା
ଆକଟ କରନ୍ତି ତାଗିଦ କରନ୍ତି
ସବୁ କଥା ଶୁଣି କୋଳେଇ ନିଅନ୍ତି
ଦେହ ଖରାପ ରେ ପାଖେ ପାଖେ ରହି
ମଥାକୁ ଆଉଁସି ଦିଅନ୍ତି
ସେ ସବୁଠୁଁ ଭଲ ମୋ ବାପା
ଦୁନିଆଁ ରେ ସଭିଏଁ ଜାଣନ୍ତି ।
ମନରେ ନଥାଏ ରାଗ
ମଣିଷ ହେବାକୁ କହୁଥାନ୍ତି ନିତି
ଶାସ୍ତ୍ର ନୀତି ବାଣୀ ସଂସ୍କାର ପ୍ରକୃତି
ମୂଲ୍ୟବୋଧ ଲେଖା ମହତ ବିଚାର
ଜୀବନ ହେବାକୁ ସୁଗମ
ସେ ସବୁଠୁଁ ଭଲ ମୋ ବାପା
ତାଙ୍କ ପାଦ ତଳେ ମୋର ପ୍ରଣାମ ।
ଆଦ୍ୟ ଶିକ୍ଷା ଦାତା ଗୁରୁ
ଶିକ୍ଷା ଦାନେ ତାଙ୍କ ପ୍ରଚଣ୍ଡ ଧୀଶକ୍ତି
ଅନ୍ଧକାର ଲୁଚି ଯାଏ, ମହାଶକ୍ତି
ମିଳଇ ସାଯୁଜ୍ୟ ମୁକ୍ତି ଚେତନାରେ
ଦେବତା ସେ ହୃଦୟର
ସେ ସବୁଠୁଁ ଭଲ ମୋ ବାପା
ତାଙ୍କ ଚରଣ ରେ କୋଟି ଜୁହାର ।
ଘରର ସେ ମେରୁଦଣ୍ଡ
ବସିଥାନ୍ତି ଥାଟ ଧରି ସଭାସ୍ଥଳେ
ଏକକ ଚିନ୍ତନ ଯଥା ହୃଦ ମେଳେ
ବାପ ଥିଲା ପୁଅ ସଭାରେ ହାରେନା
ରହିଅଛି କଥା ସତ୍ୟ
ସେ ସବୁଠୁଁ ଭଲ ମୋ ବାପା
ରହିଥାନ୍ତୁ ପାଶ ରେ ମୋ'ର ନିତ୍ୟ ।
ବାପା ନାମଟି ମହାନ
ଡାକିଦେଲେ ହୃଦେ ହୁଏ ଆଲୋଡନ
ଆଲ୍ଲାଦିତ ପୁଲଲ୍କିତ ତନୁ ମନ
ଜୀବନ ହୁଏ ଟି ଧନ୍ୟ ବାଇମନ
ବୁଝିବୁ ତୁ ଏକାନ୍ତରେ
ସେ ସବୁଠୁଁ ଭଲ ମୋ ବାପା
ପୂଜା ପାଇବାକୁ ଏ ଜଗତରେ ।