STORYMIRROR

Samir Singh

Inspirational

4  

Samir Singh

Inspirational

ବାପା

ବାପା

1 min
29

ସରଧାର ସାଗର ସେ

      ସାହସର ସାହାରା

ସିଏ ସିନା ମାେ ପାଇଁ

      ସବୁ ବେଳେ ପ୍ରହରା

ସିଏ ଥିଲେ ଚିନ୍ତା ନାହିଁ

       ଦୁଃଖ ଆଉ ଝଡକୁ

ସବୁବେଳେ ବଳମୋର 

       ସବୁ କାମ ବେଳାକୁ

ସିଏ ମୋର ପ୍ରାଣ ଦାତା

        ଜୀବନ ର ଆଧାର

ତାଙ୍କ ବିନା କି ଜୀବନ

       ସବୁ ସିନା ଅନ୍ଧାର

ଆଦ୍ୟ ଗୁରୁ ସିଏ ମୋର

      ସଂସ୍କାର ମାେ ତାଙ୍କରି

ମାେ ପ୍ରଭୁ ମାେ ପିତା 

       ପ୍ରସାଦ ମୁଁ ତାଙ୍କରି

ପାଖେ ନ ଥିଲେ ବି ସିଏ

        ମନେ ମୋର ଅଛନ୍ତି

ଦରକାର ବେଳେ ମୋତେ

         ଉପଦେଶ ଦିଅନ୍ତି

ପିଲାଦିନେ ଶିଖାଇଲେ

       ହାତ ଧରି ଚାଲିବା

ମୁଖେ ଆମ ଭାରିଦେଲେ

       ମିଠା ମିଠା କହିବା

ଛୋଟ ଛୋଟ ଗପ କହି

      ପକେଇଲେ ଶୁଆଇ

କୁନୀ ହାତ ଧରି

      ନେଲେ ମେଳା ବୁଲେଇ

 ତାଙ୍କ ପାଦ ତଳେ ଅଛି

          ସ୍ଵର୍ଗ ସୁଖ ଆନନ୍ଦ

ତାଙ୍କ ଆଶୀର୍ବାଦ ଲାଭ

         ଠାକୁର ଙ୍କ ବରାଦ

ହେ ଠାକୁର ଏତିକି ମୁଁ

         କରୁଅଛି ଜଣାଣ

ବାପାଙ୍କୁ ମାେ ସବୁବେଳେ

        ଦେଇଥିବ ଶରଣ ।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational