STORYMIRROR

Samir Singh

Others

3  

Samir Singh

Others

ବିଡମ୍ବନା

ବିଡମ୍ବନା

1 min
340

ଚାଷ ଜମି ଯାଏ କମି

  ଘର ତୋଳା ଚାଲିଛି

ସାର ସାର ନାରଖାର

  କ୍ଷେତ ଆମ ହେଉଛି।


ରୋଗ ବଡ ଭାଙ୍ଗେ ହାଡ଼

   ସେଥିପାଇଁ ମାଡ଼ୁଛି

ନାହିଁ ଶାନ୍ତି ସଦା କ୍ଳାନ୍ତି

  ମନେ ଡର ଘାରୁଛି।


ମାଟି ମାଆ ଡାକେ ଆହା

   ଶୁଣ ତାର ବେଦନା

ବିତେ କାଳ ହେଲ କାଲ

  ଜାଗ ତୁମ ଚେତନା।


କିଏ କହେ ଶ୍ରେଷ୍ଠ ଆହେ

   ଏ ଧରାରେ ମଣିଷ

ସର୍ବଗ୍ରାହୀ ଅଟେ ଏହି

  ନାକାର ତା ପ୍ରୟାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍