STORYMIRROR

Samir Singh

Inspirational

3  

Samir Singh

Inspirational

ଧନ,ମନ ଓ ଜୀବନ

ଧନ,ମନ ଓ ଜୀବନ

1 min
217

ଅଶାରୁ ଅଧିକ ମିଳିଗଲେ ଧନ

  ସମସ୍ତେ ହୁଅନ୍ତି ଖୁସୀ

କମ୍ ମିଳିଲେ ଟଙ୍କା କି ଦରବ

  ଦୁଃଖୀ ହୋଇ ଥାନ୍ତି ବେଶୀ।

ଟଙ୍କା କି ଦରବ ନୁହେଁ ଚିରସ୍ଥାୟୀ

   ଦିଅ ନ୍ତିନି ଚିର ସୁଖ

ଦିନ କେଇଟାରେ ସରି ସେ ଯାଆନ୍ତି

     ମାଗିବାକୁ ପଡେ ଭିକ।

ସୁଖ ମିଳେ ସୁଖ ବାଣ୍ଟିଲେ ପରକୁ

    ଧନ ଠାରୁ ସିଏ ବଡ଼

ଏ କଥାକୁ କାହିଁ ବୁଝିବେ ଥୋକାଏ

    ସେମାନେ ତ ସବୁ ମୂଢ।

ସାଧୁ ଉପାୟରେ ଆରଜିଲେ ଧନ

    ତୁଣ୍ଡରୁ ବୁହାଇ ଝାଳ

ସେହି ଧନ ତୁମ ପାଖରେ ରହିବ

    କାର୍ଯ୍ୟ କାଳେ ଦେବ ବଳ।

ନୀତି ବା ଆଦର୍ଶ ବନ୍ଧକ ପକାଇ

        ଅରଜନ କଲେ ଧନ

ଭୟ ଆଶଙ୍କାରେ ସମୟ ବିତିବ

      ସୁଖ ପାଇବନି ମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational