STORYMIRROR

Kumar Pintu

Inspirational

3  

Kumar Pintu

Inspirational

ମଧୁବାବୁ

ମଧୁବାବୁ

1 min
341

ମହାନ ପୁରୁଷ ସେ ଓଡ଼ିଆ ଜାତିର

ଭାଷାର ସଂଗ୍ରାମ ପଥେ,

ଅମର ଵ୍ୟକ୍ତିତ୍ୱେ ସେ ଶ୍ରେଷ୍ଠ ପୁରୋଧା 

ଓଡ଼ିଆଙ୍କ ପ୍ରାଣ ରଥେ ।।


ସ୍ୱତନ୍ତ୍ର ସ୍ୱରାଜ୍ୟ ଗଠନରେ କେତେ

ଥିଲା ତାଙ୍କ ବଳିଦାନ,

ତାଙ୍କ ଯୋଗୁ ଆମେ ଏ ମାତୃ ଭୂଇଁରେ

ସର୍ବେ ମୁକ୍ତ ବିହଙ୍ଗମ ।।


ଅଗଣିତ ପ୍ରୀତି ଭାଷାର ମହକେ

ଶ୍ରେଷ୍ଠ ପ୍ରତିଭାରୁ ଜଣେ,

ଓଡ଼ିଆ ଜାତିର କୁଳ ବୁଦ୍ଧ ସେହି

ଓଡ଼ିଶାବାସୀଙ୍କ ପ୍ରାଣେ ।।


ଉତ୍କଳ ଗଉରବ ସେ ମଧୁବାବୁ

ସବୁରି ମୂଳେ ପ୍ରଥମ,

ଉଚ୍ଚ ଶିକ୍ଷା ଠାରୁ ବିଦେଶ ଯାତରା

ଆଗେ ଲେଖା ତାଙ୍କ ନାମ ।।


ଇତିହାସେ ଲେଖା ତାଙ୍କ କୃତି କୀର୍ତ୍ତି

ଅଲିଭା ଅଭୁଲା ସତେ,

ତାଙ୍କ ନୀତି ଗୁଣ ବହନ କରିବା

ଏ ଜନମ ଭୂଇଁ ହିତେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational