STORYMIRROR

Kumar Pintu

Inspirational

4  

Kumar Pintu

Inspirational

ବହି

ବହି

1 min
23.4K

ଜନମୁ ଏ ଯାଏ କେବେ ହଜାଇନି

ଗୋଟି ଗୋଟି ଖଣ୍ଡ ବହି,

ଆଜି ଯାଏ ତାକୁ ସାଇତି ରଖିଛି

ଜୀବନ ମୋ ଅଟେ ସେହି ।।

ପ୍ରତି ପୃଷ୍ଠା ମୋତେ ଦେଇଛି ସୁଜ୍ଞାନ

ଏ କଥା ଭୁଲିବି ନାହିଁ,

ବାସ୍ତବ ସପନେ ଶ୍ରେଷ୍ଠ ଉପହାର

ପ୍ରତି ବହିଟି ମୋ ପାଇଁ ।।

ଉପସ୍ଥିତ ବୁଦ୍ଧି ସଂସ୍କାରିତ ନୀତି

ଦେଇଅଛି ପ୍ରତି ଦଣ୍ଡେ,

ସୁପଥେ ଚାଲିବା ସତ୍ୟ କହିବାକୁ

ଶିଖାଇଛି ଏହି ତୁଣ୍ଡେ ।।

ସ୍ୱଚ୍ଛ ସମାଜରେ ଭୂମିକାଟି ମୋର

କେଉଁ ଦିଗେ ହେବ ଭଲ,

ଉତ୍ତମ ଚରିତ୍ର ଗଠନ ନିମନ୍ତେ

ରୁହେ ହୋଇ ଶିକ୍ଷା ଜାଲ ।।

ପରମ ବନ୍ଧୁ ସେ ମୋ ଜୀବନ ପାଇଁ

ତୁଳନାଟି ନାହିଁ ତା'ର,

ବଞ୍ଚିଥିବା ଯାଏ ଯତନେ ମୁଁ ତାକୁ

ସାଇତି ରଖିବି ଚିର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational