STORYMIRROR

Kumar Pintu

Inspirational

3  

Kumar Pintu

Inspirational

ମୋ ମାଟି ମାଆ

ମୋ ମାଟି ମାଆ

1 min
60

ସହିଛୁ କେତେ ସବୁରି ଅଳି

ମଥା ପାତି ସଦା ଦିନ

ଦେଖିନୁ ଆମେ କଷ୍ଟ ତୋ ମନେ

ରାଗ ଅବା ଅଭିମାନ ।


ଧରିଛୁ କେତେ ସାଗରେ ନୀର

ବିଲ, ବଣ ଓ ପାହାଡ଼

ଶସ୍ୟ, ଶ୍ୟାମଳା ଅଣ୍ଟିରେ ଧରି

କୋଳେଇଛୁ ଜୀବ ଜଡ ।


ସେନେହ ଡୋରେ ବାନ୍ଧିଛୁ ସବୁ

ପ୍ରକୃତିର ଅବଦାନ ,

ତୋହରି ନେଇ ଜଗତେ ଆଜି

ପ୍ରାଣୀ ବୋଲେ ମୁଁ ମହାନ ।


ସବୁରୀ ବାସ ତୋହରି ବୁକେ

କୀଟ ଠାରୁ ଯେ ପତଙ୍ଗ,

ପ୍ରତି ଶରୀରେ ତୋ ଉପାଦାନ

ସାଜିଅଛି ଭିନ୍ନ ଅଙ୍ଗ ।।


ଭିନ୍ନ କିସମ ଖାଦ୍ୟ ତୋ ପାଖେ

ପ୍ରକୃତି କରିଛି ଠୁଳ,

ଦୃଶ୍ୟ ଅଦୃଶ୍ୟ ସବୁରି ଜୀବେ

ତୁହି ତାଙ୍କର ସମ୍ବଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational