STORYMIRROR

Kumar Pintu

Children

3  

Kumar Pintu

Children

କନିଷ୍ଠ ସହିଦ୍ ବାଜି ରାଉତ

କନିଷ୍ଠ ସହିଦ୍ ବାଜି ରାଉତ

1 min
322

ଏଇ ଭାରତେ ବାଜି ରାଉତ

ଅଟଇ ଶ୍ରେଷ୍ଠ ବୀର,

ପିଲାଟି ଦିନୁ ଭାରି ସାହସୀ

ନ ଥାଏ ତିଳେ ଡର ।

ଇଂରେଜ ଆଗେ ଜବାବ ଦେଇ

କରିଛି ଦେଶ ରକ୍ଷା ,

ଦେଶ ପାଇଁ ସେ ଜୀବନ ହାରି

ଦେଇଛି ମହା ଶିକ୍ଷା ।

ସାନ କି ବଡ଼ ସଭିଏଁ ଆମେ

କରିବା ଦେଶ ସେବା,

ନିଜର ନିଜେ ନ ଦେଖି ସ୍ୱାର୍ଥ

 ଆଗେଇ ଦେଶ ନେବା ।

ସର୍ଵ କନିଷ୍ଠ ସହିଦ୍ ସେହି

ଦେଶ ,ଜାତିଟି ପାଇଁ,

ପ୍ରତି ପ୍ରାଣଟି କାନ୍ଦେ ତା' ପାଇଁ

କାନ୍ଦେ ପୁଣି ଏ ଭୂଇଁ ।

ତା ଗୁଣେ କେହି ହେବେନି ସରି

ଜନମୁ ଦେଶ ପ୍ରେମୀ,

ଆଦର୍ଶ ତା'ର ,ଚିର ସବୁଜ

ଆମେ ତା' ,ଅନୁଗାମୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children