STORYMIRROR

Kumar Pintu

Inspirational

4  

Kumar Pintu

Inspirational

ଆମ ପରିଚୟ

ଆମ ପରିଚୟ

1 min
23.7K

ଆମ ପରିଚୟ ଆମେ ଉତ୍କଳୀୟ

ଓଡ଼ିଆ ଯେ ମାତୃଭାଷା,

ଜଗନ୍ନାଥ ଦେଶ ସଭିଏଁ ଜାଣନ୍ତି

ଆମେ ଅଟୁ ସର୍ବେ ଚଷା ।

ଚଷା କାର୍ଯ୍ୟ ଆମ ରକତରେ ଲେଖା

କୁହେ ଆମ ବଂଶ ପିଢ଼ି,

ନିଜେ ବଞ୍ଚି ରହି ଦେଶକୁ ବଞ୍ଚାଉ

ଆଳସ୍ୟତା ଦେହୁ କାଢି ।

ଦେଶ ସେବା ନାମେ ଧନ୍ୟ ସଦା ଆମେ

କୁହେ ଏ କଳିଙ୍ଗ ଭୂମି ,

ଇତିହାସେ ଲେଖା ସର୍ବେ ବୀର ,ଯୋଦ୍ଧା

କେ ନୁହେଁ ସାହାସେ କମି ।

କଳାର ମାଟି ଏ ନାଟ୍ୟ କଳାକାରେ

ଶ୍ରେଷ୍ଠ ଏ ଓଡିଶା ଭୂଇଁ,

ପ୍ରତି ପ୍ରାଣ ଜଗେ ସଂସ୍କାର ,ସଂସ୍କୃତି

ଅନ୍ୟାୟ, ଅନୀତି ନାହିଁ ।

ବାର ମାସ ସାରା ତେର ପର୍ବ ପାଳି

ଆମେ ରହୁ ସଦା ଖୁସି,

ଏହି ମାଟି କୂଳେ ଜନମ ଯେ ହୋଇ

ଜୀବନ ବିତାଉ ହସି ।।

ଦାନ, ଧର୍ମ, କର୍ମେ ଉଚ୍ଚମନା ସର୍ବେ

ନାହିଁ ଉଚ୍ଚ, ନିଚ୍ଚ ଭାଵ,

ଆମ ଓଡ଼ିଆରେ ଆମେ ଯେ ମହାନ

ହୃଦୟରେ ନାହିଁ କ୍ଷୋଭ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational