STORYMIRROR

Kumar Pintu

Others

2  

Kumar Pintu

Others

ସେବା

ସେବା

1 min
3.1K

ଏ ଜୀବନେ ସେବା ମୁକତିର ଦିଗ

ସେବା ବିନା ନାହିଁ ଶାନ୍ତି,

ସେବାରୁ ମିଳଇ ଅମାପ ଆନନ୍ଦ

ମନରୁ ଏଡାଏ କ୍ଳାନ୍ତି ।।

ସେବା ନୁହେଁ ପ୍ରାପ୍ତ ସେବା ଅଟେ ବ୍ୟାପ୍ତ

ନିର୍ଲୋଭ ହୃଦୟେ ଜାତ,

ସେବା ନୁହେଁ ଭୋଗ ସେବା ନୁହେଁ ଭାଗ

ସେବାଟି ସଭିଙ୍କ ହିତ ।।

ଜଗତ ମଙ୍ଗଳେ କଲେ ଆହେ ସେବା

ମିଳେ ସଦା ପୂଣ୍ୟ ଫଳ,

ଏ ମନ ପ୍ରାଣଟି ସୁସ୍ଥ ଚିନ୍ତାଧାରେ

ଆନନ୍ଦ ଲଭେ ସକଳ ।।

ସ୍ୱାର୍ଥ ଧାରେ ସେବା ହୁଏ ସେ ଅନର୍ଥ

ମୂଲ୍ୟହୀନ ହୁଏ ଭାଵ,

ସେବା ମନେ ବସି ପ୍ରାଣ ବିତାଇଲେ

ବୁଡେନି ଜୀବନ ନାଵ ।।

ଚିର ଭାଵ ଆମ ଥିଲେ ସେବା ଧାରେ

ଜୀବନ ହୁଏ ମହାନ,

ମହା ପୂଣ୍ୟ ବାରେ ସକଳ ଶକତି

ମିଳେ ଜନମ ଜନମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍