STORYMIRROR

Kumar Pintu

Others

4  

Kumar Pintu

Others

ସଡକ

ସଡକ

1 min
23.1K

ବକ୍ଷ ମୋର ଆଜି ପଥର ସମାନ

କେତେ ଖୋଜ ଚିହ୍ନ ସହି,

ସର୍ଵ ଜନ୍ତୁ ହିତେ ସୃଷ୍ଟି ମୋ ଅଦ୍ଭୁତ

ଆଦ୍ୟ ଅନ୍ତ ମୋର ନାହିଁ ।।

ଚିର ସାକ୍ଷୀ ମୁହିଁ ଯୁଗ ଯୁଗ ବ୍ୟାପି

ଏଇ ଭୂମି ଏ ସଂସାରେ,

କେତେ ଏଠି ଆସି ନିଜ ଅଭିନୟେ

ହଜିଛନ୍ତି ମୋ ଭିତରେ ।।

ସୀମାହୀନ ମୁହିଁ ଅସୀମ ମୋ ଲକ୍ଷ୍ୟ

ବିସ୍ତୃତ ମୁଁ ଦୀର୍ଘ ବ୍ୟାପି,

ନିର୍ଦ୍ଧିଷ୍ଟ ଦିଗରେ ସୀମିତ ଠିକଣା

ହୁଏ ମୋ ଦ୍ୱାରା ସେ ମାପି ।।

ଇତିହାସ ପୃଷ୍ଠା ଅଟେ ମୋ ସ୍ୱତନ୍ତ୍ର

ଆଦ୍ୟ କାଳରୁ ଅଧୁନା,

ନିରାପଦ ମଧ୍ୟେ ସୁରକ୍ଷା ଚିନ୍ତନ

ନିରବେ କରେ ସାଧନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍