Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumar Pintu

Inspirational

3  

Kumar Pintu

Inspirational

ମୋତେ ଫୁଲଟିଏ କର

ମୋତେ ଫୁଲଟିଏ କର

1 min
12.1K


ଫୁଲଟିଏ କର ଆର ଜନମରେ

ସୁବାସ ବିତରି ବନେ,

ସଭିଙ୍କୁ ଆଦରେ କୋଳେଇବି କୋଳେ

ଜୀବ ଜନ୍ତୁ ଠାରୁ ଜନେ ।


ସର୍ଵ ମୁହେଁ ହସ ଫୁଟାଇ ରହିବି

ଜୀବ ଥିବା ଯାଏ ପ୍ରାଣେ,

ଲୋଡ଼ା ନାହିଁ କିଛି ଏ ଜୀବନେ ମୋର

ବଞ୍ଚିବି ମୁଁ ତ୍ୟାଗ ପଣେ ।


ପ୍ରକୃତି କୋଳରେ ଫୁଲଟିଏ ହେଲେ

ଭାବିବି ସୌଭାଗ୍ୟ ମୋର

ସାତ ଜନ୍ମ ସ୍ବପ୍ନ ପୂର୍ଣ୍ଣ ହେବ ମୋର

ଭଲ ପାଇବ ଭ୍ରମର ।


ସେବା ଧରମରେ ବିଭୁ ଚରଣରେ

ନିତି ହେବି ଲୋଡ଼ା ମୁହିଁ,

ଘୃତ ଚନ୍ଦନର ଦୀପ, ଧୂପ ସଙ୍ଗେ

ଚିର ସାଥି ହେବି ରହି ।


ଅମୂଲ୍ୟ ବେଳାରେ ପ୍ରଭୁ ଦରଶନେ

ନିଜେ ଭାବୁଥିବି ଧନ୍ୟ,

ଫୁଲଟିଏ ହେଲେ କେତେ ଖୁସି ହେବି

ସେ ଖୁସି ନୁହେଁ ସାମାନ୍ୟ ।


Rate this content
Log in

Similar oriya poem from Inspirational