ପ୍ରିୟା
ପ୍ରିୟା
ରସ ରେ ରସିଲା, ରମ୍ଭା ଉର୍ବଶୀ ର
ରୂପ କୁ ଧଇଲା, ଧରା ପୃଷ୍ଠେ ସିଏ
ଆବିର୍ଭୁତ ହେଲା, ସୁନ୍ଦରୀ ରମଣୀ ହୋଇ ଉଭା ହେଲା, ପାଠ ଶାଠ ପଢି ଵିଜ୍ଞାନି ପାଇଲା, ପିତା ମାତାଙ୍କ ର ନାମ ରଖିଲା ।
ସ୍ମିତ ଅଧରରେ ନାଲି ଆଵର
ନୀଳ ନୟନରେ କଜରା ଗାର
ଅଙ୍ଗ ଶୋଭା ପାଏ ରକ୍ତିମ ଵାସର
କି ମନୋହର, ଛୁଇଁ ଛୁଇଁ ଯାଏ ହୃଦୟ ମୋର ।
ତାରାଗଣ ମେଳେ ଜହ୍ନ ଯେସନ
ଏପରି ତୁମକୁ ଦେଖି ସେଦିନ
କୁଞ କାନନ, ରାଧିକା ମନ
ଭ୍ରମଇ କାନନେ ଗୋପି ଗହଣ
ଯମୁନା ର ଢେଉ ତାହାକୁ ମନ ।
ଦାବାନଳ ପରି ଜଳୁଛି ମନ
ପ୍ରାପତ ପାଇଁ ସେ ନାରୀ ରତନ
କରୁଛି ଧ୍ୟାନ, ଶ୍ରୀ ନାରାୟଣ
ଆସିପାରିଵକି ସେ ଶୁଭ ଦିନ
ହେବ କି ଚନ୍ଦନେ ଦେହ ଲେପନ ।
ସରେନି ସମୟ ପ୍ରିୟା ତୋ ବିନା
ନାମକୁ ବସିଛି ଏଠାରେ ସିନା
କେତେ ଛଳନା, କରି ବାହାନା
କବିତା ଲେଖୁଛି କରି ଭାବନା
କରିବନି କେବେ ମନକୁ ଉଣା ।
