ମଦନ ମୋହନ
ମଦନ ମୋହନ
ମହାଭାରତ ର ମହାନ ରଚନା
ଵ୍ୟାସ ମୁନିଙ୍କ ର କୃତ
ଥରେ ଜୀବନରେ ଆବୃତ କରି
ପିଇବା ରସ ଅମ୍ଵୃତ ।
ଜଦି ମହାଭାଗେ ସମୟ ଅଭାବେ
କାବ୍ୟ କବିତା ଠୁ ଦୂରେ ଯାଏ
ଜୀବନ ରେ ଏହି ନଅ ଗୋଟି ସୂତ୍ର
ଉପଯୋଗି ସିଦ୍ଧ ହୁଏ ।
ସନ୍ତାନ ମାନଙ୍କ ଭୂଲ ଇଚ୍ଛା ସବୁ
ଅକୁଂଶ ନ କଲେ ଜାଣ
ଦୁର୍ଦ୍ଦିନ ଆସିବ ଅସହାୟ ହେବ
ମନେରଖ ସାଧୁଜନ ।(କୈ।ରଵ)
ଧନ ମାନ ବିଦ୍ୟା ଶିକ୍ଷା ବରଦାନ
ଅସ୍ତ୍ର ଶସ୍ତ୍ର ଆଦି ଶକ୍ତି
ନିଷ୍ଫଳ ହେଵ ମାଟିରେ ମଶିଵ
ଅଧର୍ମି କୁଂ ଦେଲେ ସାଥୀ । (କର୍ଣ୍ଣ)
ସନ୍ତାନ ସନ୍ତତି କରି ମହତ୍ଵାକାଂକ୍ଷି
ତୃଟି କରେ ଯେ ପୁରୁଷ
ଶିକ୍ଷା ଦୃପଯୋଗି କରି ଆମନ୍ତ୍ରଣ
କରିଥାଏ ସର୍ବନାଶ ।(ଅଶ୍ଵତ୍ଥାମା)
କଥା ଦିଅ ଜଦି ନ ଭାବି ନ ଚିନ୍ତି
ସ୍ଵାର୍ଥେ ଵ୍ୟସ୍ତ ଯାର ମନ
ଝୁକିଂଵ ନଇଁଵ ନତମସ୍ତକ ହେଵ
ବିଧର୍ମୀ କଂ ଠାରେ ପ୍ରାଣ ।(ଭୀଷ୍ମ)
ସତ୍ତା ଓ ସମ୍ପତ୍ତି ଦୂରାଚାରି ଶକ୍ତି
ଦୂରୁପଯୋଗ ଯେ କରେ
ଏକ ସମୟରେ ନିଶ୍ଚିତ ଭାବରେ
ସର୍ବନାଶ ଭେଟ କରେ ।(ଦୁର୍ଯ୍ୟୋଧନ)
ମୁଦ୍ରା ଓ ମଦିରା ଅଜ୍ଞାନ ମୋହନ
ଅନ୍ଧ ବ୍ୟକ୍ତି ପାଖେ ଥାଏ
ବିନାଶ ର ବାଟ କରିଵ ଉନ୍ମୁକ୍ତ
କାୟା ଵି ପତନ ହୁଏ ।(ଧୃତରାଷ୍ଟ୍ର)
ଜଦି ଯୋଦ୍ଧା ବିଦ୍ୟା ଵିବେକ ରେ ବନ୍ଧା
ହୋଇଥାଏ ସୁନିଶ୍ଚିତ
ଅବଶ୍ୟ ବିଜୟ ଘଟିବ ନିଶ୍ଚୟ
ମନେରଖ ଏହି ମତ (ଅର୍ଜୁନ)
ମଣିଷ ଜୀବନ ଜଦି ଦୈନନ୍ଦିନ
ଛନ୍ଦ କପଟ ରେ ଲିପ୍ତ
ସର୍ବଦା ରହିବ ଭୋଗିବ ଚାଖିଵ
ଅସଫଳତା ର ସ୍ଵାଦ ।(ଶକୁନି)
ନିତି ଧର୍ମ କର୍ମ ପାଳେ ଯେଉଁ ଜନ
ସଫଳ ପୂର୍ବକ ଭାଇ
ସଂସାରରେ ନାହିଁ ଏହିପରି ଶକ୍ତି
ତାକୁ ପରାଜିତ ପାଇଁ ।(ଯୁଧିଷ୍ଠିର)
ଶୁଣ ବିଜ୍ଞ ନର ଏ ନଅ ଟି ସୁତର
ଧାରଣ କରହେ ଭାଇ
ନହେଲେ ପ୍ରସ୍ତୁତ ଜୀବନ ଟି ସତ୍ୟ
କୁରୁକ୍ଷେତ୍ର ଯୁଦ୍ଧ ପାଇଁ ।
