STORYMIRROR

Sashibhusan Mangaraj

Inspirational

3  

Sashibhusan Mangaraj

Inspirational

ବିଷୁବ ସଂକ୍ରାନ୍ତି

ବିଷୁବ ସଂକ୍ରାନ୍ତି

1 min
189


ଭାଇ ହେ ଭାଇ

ଆସ ହେ ଧାଇଁ

ବିଷୁବ ସଂକ୍ରାନ୍ତି ମାନିବା ଯାଇ

ହିନ୍ଦୁ ନବବର୍ଷ ଅଟଇ ସେହି 

ପରସ୍ପରେ ଆମେ ଦେବା ଵଧାଇ।


ମୀନ ରାଶି ଠାରୁ ସୂରଯ ଆସି

ମେଷ ରାଶି ଠାରେ ଗଲେଣି ପଶି

ପଚିଶ ହଜାର ଥର ଘୁର୍ଣ୍ଣନ

ନିଜ କକ୍ଷ ପଥେ କଲେଣି ଜାଣ

ବସୁନ୍ଧରା ମାଁ କଂ ଅଟେ କଲ୍ୟାଣ ।


ଆଜି ହେଉଅଛି ଶୁଭର ଦିନ

ଓଡ଼ିଆ ଜାତିର ଅଟେ ପ୍ରାଚୀନ

ହିନ୍ଦୁ ନବବର୍ଷ କରେ ପାଳନ

ପୂଜା ପାଠ କରି ଦିଅଁ ସେବନ

ଖୁଆଇ ତୋଷିଵ ଭକ୍ତର ମନ ।


ନଦୀ ରେ ଯାଇକି ସ୍ନାନ କରିବା

ତୀର୍ଥ ସ୍ଥାନ ମାନ ଵୁଲି ଦେଖିବା

ନାଚରେ ଗିତ ରେ ପାଉଛି ଶୋଭା

ଖେଳ କସରତେ ଅନେକ ଯୁବା

କେତେ ରଙ୍ଗେ ଢ଼ଙ୍ଗେ ହୋଇଣ ଉଭା 


ଖିରି ଦହି ପୁଣି ନଡ଼ିଆ ରସ

ଆମ୍ବ ବେଳ ଗୁଡ଼ ମିଶିଛି ଆସ

ସେବନ କରିଣ ମେଣ୍ଟାଇ ଶୋଷ

ଚାଲିକି ଦେଖିବା ଭକ୍ତ ଙ୍କ ବେଶ

ଦଣ୍ଡ ନୃତ୍ୟ ଆଉ ଅନେକ ଦୃଶ୍ୟ ।


ନିଆଁ ଅଙ୍ଗାର ରେ ଭକ୍ତ ଚାଲନ୍ତି

ନିଆରା ପର୍ବ ଏ ପଣା ସଂକ୍ରାନ୍ତି

ହନୁମାନଙ୍କ ବି ପଡେ ଜୟନ୍ତୀ

ଜଞ୍ଜାଳ ଜୀବନେ ପାଇବା ଶାନ୍ତି

ଆମେ ବି ପୂଜିଵା ତାଂକ ପାଦଟି ।


ଏହା ପରେ ପରେ ଜଗତେ ଆସେ

ଚାଷ ପାଇଁ ଚାଷି ତା ଅଣ୍ଟା କଷେ

ଯୋଗାଇବା ପାଇଁ ଅନ୍ନ ମଣିଷେ

ଚାଷଜମିକୁ ସେ ଲଙ୍ଗଳ ଚଷେ

ଅପେକ୍ଷା ରେ ରହି ବର୍ଷର ଶେଷେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational