STORYMIRROR

Tikeshwar Sahu

Inspirational

4  

Tikeshwar Sahu

Inspirational

ଶିକ୍ଷକ

ଶିକ୍ଷକ

1 min
249

ହେ ପୂଜ୍ୟ ଶିକ୍ଷକ ଶିକ୍ଷାର ରକ୍ଷକ ପୂଜ୍ୟ ଗୁରୁ ଛାତ୍ରଙ୍କର,      

ଘେନ ପ୍ରଣିପାତ ପ୍ରଣାମ ବୀନିତ ଘେନ ଆମ ନମସ୍କାର |୧|     

ଶିକ୍ଷା ନବଦୀପ ଜଳାଉଛ ତୁମ୍ଭେ ସବୁରି ଅନ୍ତର ତଳେ ,      

ଅଜ୍ଞାନ ଅନ୍ଧାର ବିନାଶ କରୁଛ ଜ୍ଞାନଦୀପ ନିତି ଜଳେ |୨|            

ଜଗତ କରତା ଈଶ୍ବର ପ୍ରଦତ୍ତ ଜ୍ଞାନ ଦାନ କରୁଅଛ ,         

ମଣୀମୁକ୍ତା ବଳି ଜ୍ଞାନ ବିତରଣେ ଜୀବନକୁ ବିତାଉଛ |୩|       

ବିଦ୍ୟାଳୟ ଅଟେ ତୁମ ଧ୍ୟାନ କେନ୍ଦ୍ର ପୁସ୍ତକରେ ବଡ଼ ଧ୍ୟାନ,         

ଜ୍ଞାନ ଆହରଣ ଜ୍ଞାନ ବିତରଣ ଅଟେ ତୁମ୍ଭ ମୁଖ୍ୟ କାମ |୪|       

ସୂର୍ଯ୍ଯ ଯେହ୍ନେ କରେ କିରଣ ପ୍ରଦାନ ନ ବାଛି ଭଲ ଓ ମନ୍ଦ,       

ତୁମ୍ଭେ ଜ୍ଞାନଗୁରୁ ଜ୍ଞାନ ବିତରୁଛ ସମଦୃଷ୍ଟି ମକରନ୍ଦ |୫|        

ମହାନ ଉଦାର ହୃଦୟ ତୁମ୍ଭର ସମଦୃଷ୍ଟି ଦେଇଅଛ,       

କୃପାବାରି ଦେଇ ବିଚାର କରୁଛ ଦିବ୍ୟାଲୋକ ବିତରୁଛ | ୬|          

କଳାପଟା ରଙ୍ଗ କାଳିଆ ବୋଲି ତ ଜଗା ତୁମ୍ଭର ଭରସା,

ଧଳା ଚକଖଡ଼ି ଧବଳ ବଳିଆ ଜ୍ଞାନ ଦିଅଇ ସହସା |୭|          

ମୁଖୁ ସ୍ଫୁରେ ତୁମ୍ଭ ସତ୍ୟର ବଚନ ସତେ ଅବା ବେଦବାଣୀ,       

ଗୁରୁକୃପା ବଳେ ଅସାଧ୍ୟ ସାଧନ ଛାତ୍ର ପାରେ ସତେ ଜିଣି |୮|             

ସଂସାରରେ ସାର ଶିକ୍ଷକ ଗୁରୁଜୀ ଦେବତାଠୁଁ ବଳିୟାନ ,    

ତାଙ୍କରି କୃପାରେ ପଙ୍ଗୁ ଲଙ୍ଘେ ଗିରି ଛାତ୍ର ହୁଅଇ ମହାନ |୯|                

ହେ ପୂଜ୍ୟ ଶିକ୍ଷକ ଘେନ ପୂଜ୍ୟପୂଜା ମୋର ହୃଦୟ ଦେବତା,          

ତୁମ୍ଭରି ଆଶିଷ କରିଅଛି ଆଶା ତୁମ୍ଭେ ମୋର ଧର୍ମ ପିତା |୧୦|


Rate this content
Log in

Similar oriya poem from Inspirational