ହେ ନୀଳ ଆକାଶ
ହେ ନୀଳ ଆକାଶ
ହେ ନୀଳ ଆକାଶ
କେଡେ ବିଶାଳ ତୁମରି ଦେହ
କେଡେ ଉଦାର ତୁମ ହୃଦୟ
ତୁମେ ଅନନ୍ତ ଅପାର ହୋଇ
ଜାବୁଡ଼ି ଧରିଛ ସରାଗରେ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ରକୁ,
ଛାତପରି ଘୋଡେ଼ଇ ରଖିଛ
ଏ ସାରା ମହିମଣ୍ଡଳକୁ
ସେହି ଛାତ ତଳେ ପରା
ଏ ପୃଥିବୀ ବାସୀ
ଆନନ୍ଦେ କାଳ କାଟନ୍ତି
ହୋଇ ଭାରି ଖୁସି
ବର୍ଷା ଦିନେ ତୁମରି କୋଳରେ
କବାଲି ନାଚନ୍ତି ଉଲ୍ଲାସରେ
ବାଦଲ ବିଜୁଳି,
ଅତୀବ ସୁନ୍ଦର ଦିଶ ତୁମେ
ଘନ ଅନ୍ଧାରରେ
ଅଜସ୍ର ଭାବନା ସୃଷ୍ଟି କର
ଭାବୁକ ମନରେ
ଚଳଚଞ୍ଚଳ ହୋଇଯାଏ
କବିଙ୍କ ଲେଖନୀ
ବିଶାଳ ବପୁ ତୁମର
କବୀଙ୍କର କଲମକୁ
ଶକ୍ତ କରେ ପୁଣି
କିନ୍ତୁ ବେଳେ ବେଳେ
ଭୟଙ୍କର ଦିଶ ତୁମେ
ମେଘ ଆଢୁଆଳେ
ତଥାପି ତୁମରି କୋଳେ
ବୁଡିଯାଏ ପଶ୍ଚିମ ସୂରୁଜ
ଦିଗ୍ ବଳୟ ସ୍ପର୍ଶ କରି
ଅନ୍ଧାରକୁ କର ଆଲିଙ୍ଗନ
କାହିଁକି ନା
ତୁମେ ପରା ସର୍ବଦର୍ଶୀ
ହେ ଅସୀମ ହେ ମହାମହିମ ।।
