STORYMIRROR

Rajendra Bishoyi

Inspirational

4  

Rajendra Bishoyi

Inspirational

ହେ ନୀଳ ଆକାଶ

ହେ ନୀଳ ଆକାଶ

1 min
282

ହେ ନୀଳ ଆକାଶ

କେଡେ ବିଶାଳ ତୁମରି ଦେହ

କେଡେ ଉଦାର ତୁମ ହୃଦୟ

ତୁମେ ଅନନ୍ତ ଅପାର ହୋଇ

ଜାବୁଡ଼ି ଧରିଛ ସରାଗରେ

ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ରକୁ,

ଛାତପରି ଘୋଡେ଼ଇ ରଖିଛ

ଏ ସାରା ମହିମଣ୍ଡଳକୁ

ସେହି ଛାତ ତଳେ ପରା

ଏ ପୃଥିବୀ ବାସୀ

ଆନନ୍ଦେ କାଳ କାଟନ୍ତି 

ହୋଇ ଭାରି ଖୁସି

ବର୍ଷା ଦିନେ ତୁମରି କୋଳରେ

କବାଲି ନାଚନ୍ତି ଉଲ୍ଲାସରେ

ବାଦଲ ବିଜୁଳି,

ଅତୀବ ସୁନ୍ଦର ଦିଶ ତୁମେ

ଘନ ଅନ୍ଧାରରେ

ଅଜସ୍ର ଭାବନା ସୃଷ୍ଟି କର

ଭାବୁକ ମନରେ

ଚଳଚଞ୍ଚଳ ହୋଇଯାଏ

କବିଙ୍କ ଲେଖନୀ

ବିଶାଳ ବପୁ ତୁମର

କବୀଙ୍କର କଲମକୁ 

ଶକ୍ତ କରେ ପୁଣି

କିନ୍ତୁ ବେଳେ ବେଳେ

ଭୟଙ୍କର ଦିଶ ତୁମେ

ମେଘ ଆଢୁଆଳେ

ତଥାପି ତୁମରି କୋଳେ

ବୁଡିଯାଏ ପଶ୍ଚିମ ସୂରୁଜ

ଦିଗ୍ ବଳୟ ସ୍ପର୍ଶ କରି

ଅନ୍ଧାରକୁ କର ଆଲିଙ୍ଗନ

କାହିଁକି ନା

ତୁମେ ପରା ସର୍ବଦର୍ଶୀ

ହେ ଅସୀମ ହେ ମହାମହିମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Inspirational