STORYMIRROR

Rajendra Bishoyi

Tragedy

3  

Rajendra Bishoyi

Tragedy

ଗୋଲାପ

ଗୋଲାପ

1 min
172

ଗୋଲାପ ଗୋ ତୁମେ ମନ ଉଦ୍ୟାନର

ସାଜିଥିଲ ଝରାଫୁଲ

ରୂପରେ ତୁମରି ବିମୋହିତ ହୋଇ

କଣ୍ଟାକୁ କରିଲି ଗେଲ ।।


କଥାରେ କଥାରେ କଥା ଦେଇଥିଲୁ

ମନ ଦେଇଗଲୁ ଅଧା

ଜାଣିଥିଲେ ମନ ଦେଇ ମୁଁ ନ ଥାନ୍ତି

ପ୍ରେମ ବାଟ ନୁହେଁ ସିଧା ।।


ମୋ ହାତୁ ସିନ୍ଦୂର ପିନ୍ଧିବୁ ବୋଲି ତୁ

କହିଥିଲୁ ଦେହ ଛୁଇଁ

ଆଉ କାହା ହାତ ଧରି ଚାଲିଗଲୁ

ନବବଧୂ ବେଶ ହୋଇ ।।


ଏଇ ଟିକି କଥା ଭୁଲିବୁନି ପ୍ରିୟା

ସବାରୀରେ ଗଲାବେଳେ

ଚାହିଁ ଦେବ ଥରେ ଓଢଣା ଆଡେଇ

ମୋ ଜୁଇ ଜଳିବା ବେଳେ ।।


ବେଶ ଦେଖି ତୁମ ଚେଇଁ ଉଠିବି ମୁଁ

ପାଉଁଶ ଭିତରେ ରହି

ଶୁଭ ମନାସିବି ଗୋଲାପ ତୁମର

ସମାଧି ଭିତରେ ରହି ।।


ମୋ କଥା ଭାବି ଜମା କାନ୍ଦିବନି 

ତୁମ ନୂଆଁ ସାଥି ଘରେ

ତୁମ କଥା ଜମା ପାଶୋରି ହେବନି

ସାତଥର ମଲା ପରେ ।।


ଗୋଲାପ ଗୋଲାପ ଝୁରି ହେଉଥିବି 

ସାତଜନ୍ମ ପରିଯନ୍ତେ

କଣ୍ଟାର ଆଘାତ ସହି ଚାଲୁଥିବି

ସବୁ ଜନମର ଅନ୍ତେ ।।


ବୁଝି ନ ପାରିଲୁ ପ୍ରେମକୁ ମୋହର

ତୁ ସିନା ଗୋ ଗୋଲାପ

ବୁଝିଛି ବୋଲି ତ କାନ୍ଦୁଅଛି ବେଶି

ହସୁଛି ଖାଲି ଅଳପ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Tragedy