STORYMIRROR

Rajendra Bishoyi

Others

3  

Rajendra Bishoyi

Others

ନାଗରିକ

ନାଗରିକ

1 min
155

ଗୁରୁମାନେ କହିଥାନ୍ତି ଶିଶୁ ଦିବସରେ,

ଆଜିର ଶିଶୁ କାଲିର ନାଗରିକ ବୋଲି 

ଧୀରେ ଧୀରେ ବୟସଟା ବଢି

ଅଠରକୁ ସ୍ପର୍ଶ କଲା ପରେ 

ପରିଚିତ ସାବାଳକ ନାମେ 

ବାଛିବାକୁ ଜନ ପ୍ରତିନିଧି 

ମିଳିଗଲା ଅଧିକାର 

ସମ୍ବିଧାନ ନୀତି ଅନୁସାରେ 

ଦୃଢ ହେଲା ଆତ୍ମବଳ 

କର୍ମବୀର ସାଜିବା ପାଇଁ କି 

ଭାଗିଦାର ଦେଶ ନିର୍ମାଣରେ

କର୍ତ୍ତବ୍ୟ ଓ ଦାୟିତ୍ବର ମଧୁ ମିଳନରେ 

କିନ୍ତୁ ତ ଦୁର୍ଭାଗ୍ୟ ଏତିକି

ନାଗରିକ ହେଲାପରେ

ବଶୀଭୂତ ହୋଇଥାନ୍ତି 

ନେତାଙ୍କ କଥାରେ

ପ୍ରଲୋଭିତ ହୋଇ ନେତାଙ୍କ 

ମିଥ୍ୟା ପ୍ରଲୋଭନେ

ପଛାନ୍ତି ନାହିଁ ବୁହାଇବାକୁ 

ରକତର ସୁଅ କରି ଗଣ୍ଡଗୋଳ

ବନ୍ଧାହୋଇ ପୋଲିସ ହାତରେ

କାଳ କାଟିବାକୁ ପଡେ ସିନା 

ଜେଲ ହାଜତରେ 

ସେ ବେଳରେ ନମିଳେ କା ଦେଖା

ପଛକଥା ଭାବିଲାବେଳକୁ

ନେଡି ଗୁଡ କହୁଣୀକୁ ବୋହିସାରିଥାଏ 

ତେଣୁ 

ହେ ମୋର ସୁସ୍ଥ ନାଗରିକ

ଜୀବନର ବ୍ରତ କରି କର୍ଧ ସାଧନାକୁ

 ସାଜିଯାଅ ଦେଶର ରକ୍ଷକ

ପ୍ରାଣପଣେ ଚେଷ୍ଟା କରି କରି

ରଖସଦା ଏ ଦଶର ଟେକ ।।



Rate this content
Log in