STORYMIRROR

Rajendra Bishoyi

Others

3  

Rajendra Bishoyi

Others

ନାଗରିକ

ନାଗରିକ

1 min
163

ଗୁରୁମାନେ କହିଥାନ୍ତି ଶିଶୁ ଦିବସରେ,

ଆଜିର ଶିଶୁ କାଲିର ନାଗରିକ ବୋଲି 

ଧୀରେ ଧୀରେ ବୟସଟା ବଢି

ଅଠରକୁ ସ୍ପର୍ଶ କଲା ପରେ 

ପରିଚିତ ସାବାଳକ ନାମେ 

ବାଛିବାକୁ ଜନ ପ୍ରତିନିଧି 

ମିଳିଗଲା ଅଧିକାର 

ସମ୍ବିଧାନ ନୀତି ଅନୁସାରେ 

ଦୃଢ ହେଲା ଆତ୍ମବଳ 

କର୍ମବୀର ସାଜିବା ପାଇଁ କି 

ଭାଗିଦାର ଦେଶ ନିର୍ମାଣରେ

କର୍ତ୍ତବ୍ୟ ଓ ଦାୟିତ୍ବର ମଧୁ ମିଳନରେ 

କିନ୍ତୁ ତ ଦୁର୍ଭାଗ୍ୟ ଏତିକି

ନାଗରିକ ହେଲାପରେ

ବଶୀଭୂତ ହୋଇଥାନ୍ତି 

ନେତାଙ୍କ କଥାରେ

ପ୍ରଲୋଭିତ ହୋଇ ନେତାଙ୍କ 

ମିଥ୍ୟା ପ୍ରଲୋଭନେ

ପଛାନ୍ତି ନାହିଁ ବୁହାଇବାକୁ 

ରକତର ସୁଅ କରି ଗଣ୍ଡଗୋଳ

ବନ୍ଧାହୋଇ ପୋଲିସ ହାତରେ

କାଳ କାଟିବାକୁ ପଡେ ସିନା 

ଜେଲ ହାଜତରେ 

ସେ ବେଳରେ ନମିଳେ କା ଦେଖା

ପଛକଥା ଭାବିଲାବେଳକୁ

ନେଡି ଗୁଡ କହୁଣୀକୁ ବୋହିସାରିଥାଏ 

ତେଣୁ 

ହେ ମୋର ସୁସ୍ଥ ନାଗରିକ

ଜୀବନର ବ୍ରତ କରି କର୍ଧ ସାଧନାକୁ

 ସାଜିଯାଅ ଦେଶର ରକ୍ଷକ

ପ୍ରାଣପଣେ ଚେଷ୍ଟା କରି କରି

ରଖସଦା ଏ ଦଶର ଟେକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ