STORYMIRROR

Rajendra Bishoyi

Others

4  

Rajendra Bishoyi

Others

ନଈ

ନଈ

1 min
410

ନଈ ତୁମେ ମୋର ଆଳସୀ କନ୍ୟା ଗୋ

ଅଙ୍କା ବଙ୍କା ପଥେ ଯାଅ ବହି

ଯେତେ ବାଧାବିଘ୍ନ ଆସିଲେ ପଛେ ବି

ଫେରିବା ତୁମ ଜାତକେ ନାହିଁ ।।

ଆଗକୁ ଆଗକୁ ମାଡିଚାଲ ତୁମେ

ନ ମାନି କିଛି ବାଧା ବନ୍ଧନ

ପର ଉପକାର ପାଇଁ ବହୁଅଛ

ଜଗତ ହିତରେ ତୁମ ଜନ୍ମ ।।

ହାରିବା ଜାଣିନ ଜୀବନରେ କେବେ

କର୍ମରୁ ବିଚ୍ୟୁତ ହୋଇ ନାହଁ 

ତୁମରି ମନର ଗଭୀରତା ପରା

ବୁଝିବା ପାଇଁ ମୋ ଶକ୍ତି ନୁହଁ ।।

କୁଳୁକୁଳୁ ଶବ୍ଦେ ବହିଯାଅ ତୁମେ

କେତେ ନୂଆଁ ନୂଆଁ ଗୀତ ଗାଇ

ଧାଇଁ ଯାଅ ତୁମେ କୂଳ ଅଭିମୁଖେ

ନୂଆଁ ସାଥିଟି ପାଇବା ପାଇଁ

ହାତ ବଢାଇ ମୁଁ ପଛରୁ ଡାକୁଛି

ରହିଯାଅ ପ୍ରିୟା ରହିଯାଅ

ନଈ ତୁମେ କିଆଁ ମୋ କଥା ଶୁଣିବ

ମୁଁ ତୁମର ଆଉ କିଏ କୁହ ?

ତୁଠ ପଥର ମୁଁ ତୁଠରେ ରହିବି

ଯିବା ଆସିବା ତୋ ଦେଖୁଥିବି 

ଧୈର୍ଯ୍ୟ ହରା ମୁହିଁ ହେବି ଯେଉଁ ଦିନ

ବାଲୁକା ଗର୍ଭରେ ଲୀନ ହେବି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ