STORYMIRROR

Rajendra Bishoyi

Others

4  

Rajendra Bishoyi

Others

ନଈ

ନଈ

1 min
391

ନଈ ତୁମେ ମୋର ଆଳସୀ କନ୍ୟା ଗୋ

ଅଙ୍କା ବଙ୍କା ପଥେ ଯାଅ ବହି

ଯେତେ ବାଧାବିଘ୍ନ ଆସିଲେ ପଛେ ବି

ଫେରିବା ତୁମ ଜାତକେ ନାହିଁ ।।

ଆଗକୁ ଆଗକୁ ମାଡିଚାଲ ତୁମେ

ନ ମାନି କିଛି ବାଧା ବନ୍ଧନ

ପର ଉପକାର ପାଇଁ ବହୁଅଛ

ଜଗତ ହିତରେ ତୁମ ଜନ୍ମ ।।

ହାରିବା ଜାଣିନ ଜୀବନରେ କେବେ

କର୍ମରୁ ବିଚ୍ୟୁତ ହୋଇ ନାହଁ 

ତୁମରି ମନର ଗଭୀରତା ପରା

ବୁଝିବା ପାଇଁ ମୋ ଶକ୍ତି ନୁହଁ ।।

କୁଳୁକୁଳୁ ଶବ୍ଦେ ବହିଯାଅ ତୁମେ

କେତେ ନୂଆଁ ନୂଆଁ ଗୀତ ଗାଇ

ଧାଇଁ ଯାଅ ତୁମେ କୂଳ ଅଭିମୁଖେ

ନୂଆଁ ସାଥିଟି ପାଇବା ପାଇଁ

ହାତ ବଢାଇ ମୁଁ ପଛରୁ ଡାକୁଛି

ରହିଯାଅ ପ୍ରିୟା ରହିଯାଅ

ନଈ ତୁମେ କିଆଁ ମୋ କଥା ଶୁଣିବ

ମୁଁ ତୁମର ଆଉ କିଏ କୁହ ?

ତୁଠ ପଥର ମୁଁ ତୁଠରେ ରହିବି

ଯିବା ଆସିବା ତୋ ଦେଖୁଥିବି 

ଧୈର୍ଯ୍ୟ ହରା ମୁହିଁ ହେବି ଯେଉଁ ଦିନ

ବାଲୁକା ଗର୍ଭରେ ଲୀନ ହେବି ।।


Rate this content
Log in