STORYMIRROR

Rajendra Bishoyi

Tragedy

4  

Rajendra Bishoyi

Tragedy

ଜହ୍ନ

ଜହ୍ନ

1 min
165

ଜହ୍ନ ଲୋ 

ମୁଁ ସତେ କେଡେ ବୋକା

ଅନ୍ଧାରି ରାତିର ବୁକୁ ଚିରିଚିରି 

ମୁଁ ଖୋଜୁଛି ଆଜି ତାର ସତ୍ତା ।

ଜାଗା ଟିକେ କିଣିବାକୁ ତୋହରି ରାଇଜେ

ଚାହିଁ ରହିଥିଲି ସଜବାଜେ 

ଜାଣି ତ ନଥିଲି କେବେ ମୁଁଁ

ଭଲ ପାଇବାରେ ଛଳନା କରି ତୁ

ଭୂଲାଇବୁ ମିଠା କଥା କହି ।।

ଜାଣିଛି ଲୋ ଜହ୍ନ ଜାଣିଛି ମୁଁ

ଆଘାତେ ରକ୍ତାକ୍ତ ହେବି ବୋଲି 

ଭୂଲିବି ଲୋ ଜହ୍ନ ଭୂଲିବି ମୁଁ

କଣ୍ଟାର ଆଘାତ ଭୂଲିବି ମୁଁ

ଫୁଲର ଆଘାତ ଭୂଲିପାରୁନି ମୁଁ

ବୁଝୁନି ଅବୁଝା ମନ ବୋଲି ।।

ତୁ ପରା ଜହ୍ନ କଳଙ୍କିନି 

ତୁ ପରା ଜହ୍ନ ମୟବିନି

ଘାସ ତଳ ସାପ କେମିତି ସାଜିଲୁ

 ବିବେକଟା ବାଧା ତୋ ଦେଲାନି ?

ଆଲୋ ଜହ୍ନ ,

ତୁ ପରା ଚିରା କାଗଜଟେ

ତୁ ପରା ଭଙ୍ଗା ସିଲଟଟେ

ମନ ଚାଟଶାଳୀ ଧିକ୍କାର କରୁଛି

ମିଶି ଯା ଅଳିଆ ଧୂଳି ସଙ୍ଗେ ।।

ଆଖି ଆଇନାରେ ଜହ୍ନ ତୁ ଲୋ

ତତଲା କାଚର ଛବି ଟିଏ

ତୋ ଅବିଶ୍ଵାସର ଲୁଣିଆ ହାଓ୍ବାରେ

ପ୍ରତିବିମ୍ବ ଖାଲି ହଲୁଥାଏ ।।

ଜାଣିବୁ ଲୋ ଜହ୍ନ ଜାଣିବୁ ତୁ

ପ୍ରେମର ଦରଦ ଜାଣିବୁ ତୁ

ଆଖିରୁ ଆଜି ମୋ ଲୋତକ ଝରୁନି

ରକ୍ତର ଧାର ଦେଖିଛୁ ତୁ ।।

ମନେରଖ ଜହ୍ନ ମନେରଖ

ମୋର ଶେଷ କଥା ମନେରଖ

କଳଙ୍କର ଟିକା ମଥାରେ ଲଗେଇ

ମଲାଯାଏଁ ସାଜିବି ପ୍ରେମିକ 

ମଲାଯାଏଁ ସାଜିବି ପ୍ରେମିକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Tragedy