Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Mandal

Romance Tragedy

3  

Prasanna Kumar Mandal

Romance Tragedy

ପ୍ରେମ ପ୍ରଣୟର

ପ୍ରେମ ପ୍ରଣୟର

1 min
379


ପ୍ରେମ ପ୍ରଣୟର

ପରିଣତି ଆଜି

            ପ୍ରତାରଣା ମାୟା ଜାଲ

 ଫିକା ଫଗୁଣର

ବିଫଳ ଫୁଆରା

            ହଜିଛି ମିଳନ ମୂଲ ।


ଛଳନା କଳରେ

କଳୁଷିତ କାଳ

             ବୃଥା କଳପନା ମନେ

ବିଷ ବଳୟରେ

ମଳୟ ସମୀର

        ବେଦନା ବିଳାପ କାନେ ।


ଭରସା ଭାଙ୍ଗିଛି

ଭାବ ପୀରତିର

             ଭିଜିଛି ଲୁହରେ ଆଖି

ବିବାହ ବେଦୀରୁ

ଦୁଃସହ ବେଦନା

        ବିଧାତା ଦେଉଛି ଲେଖି ।


ଶୁଭୁନି କାକଳି

ଫୁଟୁନି କଳିକା

               ବସନ୍ତ ଗଲାଣି ହଜି

ପ୍ରେମ ପ୍ରଣୟର

ପରମ କାହାଣୀ

          ଲୁହରେ ଯାଉଛି ଭିଜି ।


ପ୍ରେମିକ ଚଲାଏ

ଭୁଜାଲି ବନ୍ଧୁକ

             ପ୍ରେମିକା ପିଉଛି ବିଷ

ବିବାହ ସମ୍ଭୋଗ

ସମ୍ଭବ ହେଉନି

       ଭରସା ହୋଇଛି ଶେଷ ।


ଫିକା ପଡିଯାଏ

ଫଗୁଣର ରଙ୍ଗ

              ଫଗୁରେ ମିଶିଛି ଲୁହ

ଭାଙ୍ଗି ଯାଇଅଛି

ପ୍ରୀତିର ପିଆଲା

        ହୃଦରେ ଅମାପ କୋହ ।


ହାତ ବଢ଼େଇକି

ଗୋଲାପ ପାଖୁଡା

             ଧରିବାକୁ ଲାଗେ ଡର

ମିଛ ସମ୍ପର୍କର

ଫମ୍ପା ମାଠିଆରୁ

             ଶୁଭୁଚି ଅଶୁଭ ସ୍ଵର ।


Rate this content
Log in

Similar oriya poem from Romance