Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Mandal

Others

3  

Prasanna Kumar Mandal

Others

ବିତିଲା ଦିନର ମୋହ

ବିତିଲା ଦିନର ମୋହ

1 min
336



                              

ମୁହଁ ଅନ୍ଧାରରୁ

ନିଦ ଭାଙ୍ଗିଯାଏ

              ଧଡପଡ ହୋଇ ଉଠି

ବାପାଙ୍କ ଡାକରେ

ଚଢେ ମୁଁ ବେକରେ

             ଦଳିଦିଏ ଅଣ୍ଟା ପିଠି ।

କାନ୍ଥକୁ ଧରିକି

କୁନ୍ଥେଇ କୁନ୍ଥେଇ

            ଦଳିଚାଲେ ଦୁଇଗୋଡ

ଗୋଡ଼ ଖସିଗଲେ

ବସିପଡେ ଯେବେ           

        ଖାଏ ବୋଉଠାରୁ ମାଡ ।

ଲ୍ଯାମ୍ପ୍ ବଧିଟା

ବାଧକ ସାଜଇ

              ଧରୁ ଧରୁ ଯାଏ ଲିଭି

କାଚ କାଢି ବୋଉ

ବଧି ଭିଡିଲେ ବି

            ତଥାପି ଯାଉଛି ଦବି ।

ଅଧା ଆଲୁଅକୁ

ଅଧା ଅନ୍ଧାରରେ

                ପଢିବାକୁ ହୁଏ ବହି

ଫରଚା ହୋଇଲେ

ଝରକା ଖୋଲଇ

         ଲ୍ଯାମ୍ପ୍ ଲିଭେଇ ଦେଇ ।

ବେଗୁନିଆ ଡାଙ୍ଗ

ବୋଉ ଦିଏ ଆଣି

           ଦାନ୍ତକାଠି ନାଲି ଗୁଣ୍ଡ

ଷୋରିଷ ତେଲ ରୁ

ନେଡିଏ ଢାଳିକି

          ବୋଳି ଦିଏ ଦିହ ମୁଣ୍ଡ ।

କୁଣ୍ଡ ପଥରରେ

କଚିକି ବସାଇ

         ଗୋଡହାତ ଦିଏ ମାଜି

କୁଣ୍ଡ ଭିତରେ ମୋ

ଉଦଣ୍ଡ ନାଚରେ

         ବୋଉ ଦିହ ଯାଏ ଭିଜି ।

ନଅଟା ବେଳକୁ

ପଖାଳ କଂସାଏ

           ଆଳୁ ବାଇଗଣ ପୋଡ଼ା

ବଡିଚୂରା ସାଙ୍ଗେ

ବାସିବରା ଗୋଟେ

        ଆଉ କିଛି ନାହିଁ ଲୋଡ଼ା ।

ସିନ୍ତାଣ ମାରିକି

ମୁଣ୍ଡ ରାମ୍ପୁ ରାମ୍ପୁ

         ଡେରି ହୋଇଯାଏ ବେଳ

ସ୍କୁଲ୍ ଯିବାକୁ

ଏକା ହୋଇଯାଏ

        ମିଳେନାହିଁ ସାଙ୍ଗ ମେଳ ।

ଜରି ବସ୍ତାନି କୁ

କାଖରେ ଗଳେଇ

           ଝରକାରେ ଯାଏ ଗଳି

ଗୁଜୁଜୀଙ୍କ ଆଖି

କଳାପଟା ଆଡେ

             କିଛି ପାରନ୍ତିନି କଳି ।

ଖଡ଼ି ବଦଳରେ

ବରକୋଳି ବିକେ

              ଦୁଆତ ବଦଳେ ବହି

ସାଙ୍ଗ ଯନ୍ତ୍ରବାକ୍ସ

ଅନ୍ତ ନଘାଣ୍ଟିଲେ

      କେବେ ମନ ମାନେ ନାହିଁ ।

ସାର୍ଟ କୋଣକୁ

କାମୁଡି କାମୁଡି

             ମାସକରେ ଦିଏ ଚିରି

ଝର କଲମକୁ

ଦାନ୍ତରେ ମୋଡିକି

            ଓଠ ଦିଏ କଳା କରି ।

ବିନା ଚପଲରେ

ରଜା ପରି ଚାଲି

           ଚାରାଟାରେ ହୁଏ ଛୁଟି

ଘଣ୍ଟା ବାଜିବାର

ଘଣ୍ଟାଏ ଆଗରୁ

           ଠିଆ ହୁଏ ଆଗ ଉଠି ।

କା‌ହାର କଲମ

ପେନ୍ସିଲି ରବର

           ବରାବର କରେ ଚୋରି

ଲୁଚେଇ କି ରଖେ

ଧାନ ମହଣାରେ

       ବୋଉ ପାରେନାହିଁ ବାରି ।

ପିଲାଦିନ କଥା

ମନେ ପଡିଗଲେ

              ଆଖିରୁ ଝରଇ‌ ଲୁହ

ଫେରିବକି ଆଉ

ଅଭୁଲା ଅତୀତ

          ବିତିଲା ଦିନର ମୋହ ।


Rate this content
Log in