Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Mandal

Others

3  

Prasanna Kumar Mandal

Others

ମୃଗତୃଷ୍ଣା ର ମୋହ

ମୃଗତୃଷ୍ଣା ର ମୋହ

1 min
166



ମସୃଣ ମୃତ୍ତିକା

ମୃତ୍ଯୁ ମନ୍ତ୍ର ଟିକା

             ମୁହୂର୍ତ୍ତେ ପଥିକ ଘାତ

ଦୁର୍ବୃତ ଦୁର୍ଦ୍ଦାନ୍ତ

ମୃତ୍ୟୁର ବୃତ୍ତାନ୍ତ

           ବିରଚେ ବିନାଶ ପଥ ।


ବୃଥା ଆକର୍ଷଣ

ବିଅର୍ଥ କଷଣ

               ପ୍ରଗଳ୍ଭ ଚିତ୍ତର ତୃଷା

ପ୍ରଲୁବ୍ଧ ବୋଧରେ

ପ୍ରୀତୀ ପ୍ରତିହତ

           ଆବୃତ ଅନ୍ତର ଆଶା ।


ସିକ୍ତ ମୃତ୍ତିକାର

ତୃଷା ହୀନ ଚିତ୍ତେ

                 ଅବାଞ୍ଛିତ ଅଭିମତ

ଆହତ କପୋତ

କ୍ଷତ ଅପ୍ରମିତ

             ହୃଦରୁ ରୁଧିର ପାତ ।


ଶୂନ୍ୟ ଭୂମି ଭ୍ରମ

ପ୍ରପଞ୍ଚ ଭ୍ରମର

            ତୃଷାର୍ତ୍ତେ ଭ୍ରମଣ କ୍ଳାନ୍ତି

ମୃତକଳ୍ପ ପ୍ରାଣେ

ମୃଗତୃଷ୍ଣା ଟାଣ

            ଅନ୍ତରେ ଅନ୍ତିମ ଗତି ।


ଶୁଷ୍କ ତନୁ ତାପ

ନିଦାଘ ଉତ୍ତାପ

             ଜୀବନ ଯାତନା ଦାହ

ଶୂନ୍ୟ ମରୁପ୍ରାନ୍ତ

ସମନ ଦିଗନ୍ତ

           ଅନନ୍ତ ଅନ୍ତର ମୋହ ।


ବିଳାପ ବିଦୃପ

ବିଳାଷିତ ଦର୍ପ

        କାଳ କୋଳେ ହୁଏ ଲୀନ

ମାୟାଜାଲ ମନ୍ତ୍ର

ମମତା ମନ୍ତ୍ରଣା

         ବୃଥା ପ୍ରେମପ୍ରୀତି ଦାନ ।


ନିକୃଷ୍ଟ ନିଃସଙ୍ଗ

ବ୍ୟଙ୍ଗ ବିଦୃପରେ

           ଭଙ୍ଗୁର ଅଙ୍ଗରେ ଖେଦ

ଦିଗ୍ ବଳୟେ ଶୁଭେ

ମୃତ୍ୟୁର ବିଜୟ

             ବିକୃତ ଦାନବ ହସ ।


ମୃଗତୃଷ୍ଣା ମୋହ

ମହକ ଦୁଃସହ

              ମହଣେ ଲୁହର ସଜ

ପ୍ରତ୍ଯାବର୍ତ୍ତେ ଚିତ୍ତ

ପ୍ରବୃତ୍ତେ ତତ୍ପର

            ପରଖି ଅନ୍ତିମ ମେଜ ।


Rate this content
Log in