ଶରତ ସରାଗ
ଶରତ ସରାଗ
ଗାଁ ଝଙ୍କାବର ତଳେ ତଳେ
ନଈଟି ବହିଯାଏ
ସୁଲୁସୁଲିଆ
ଚଇତି ବାଆ
ଲହରୀ ଖେଳାଏ
ଗାଁ ଝଙ୍କାବର
ଶରତେ କାଶତଣ୍ଡୀ ଫୁଟେ
ନଈର ବନ୍ଧେ
ମରତେ ଶୁଭ୍ର ଆଭରଣ
ଧରା କି ପିନ୍ଧେ
ଉଙ୍କି ମାରି
ଜୀବନ ତରୀ ଯା...ଏ
ଗାଁ ଝଙ୍କାବର
ଶିତଳ ମଳୟ ସମୀର
ଶିତ ସକାଳ
ସକାଳ ଶରତ କାକଳି
ସରସୀ ଜଳ
ବରଷା ରାଣୀ
ଭରସା ଦେଇ ଯା..ଏ
ଗାଁ ଝଙ୍କାବର
ସରସ ସରସୀ ଶେଯର
ଶିତଳ ବାରି
ସରାଗେ ଷୋଡ଼ଶୀ ତରୁଣୀ
ସୁନ୍ଦରୀ ଭାରି
ଓଢ଼ଣୀ ତଳୁ
ଯୋଛନା ଢାଳି ଦି...ଏ
ଗାଁ ଝଙ୍କାବର
ଶୁଭଇ ଗାଈଆଳ ଟୋକା
ବଇଂଶୀ ସୁର
ସତେକି ମରତ ସାଜିଛି
ସରଗ ପୁର
କୋମଳ ମତି
କାମିନୀ ଗୀତ ଗା..ଏ
ଗାଁ ଝଙ୍କାବର
ସକାଳି ଅଳସି ଶେଯରେ
ଅଳପ ନିଦ
ଶୀତରେ ତରତର ଚାଲି
ଚଗଲା ପାଦ
ତନୁ ପାତଳୀର
ପୀରତି ମନ ମୋହେ
ଗାଁ ଝଙ୍କାବର ତଳେ
କ୍ଷେତରେ ଚଷାଭାଇ ଗୀତ
ହଳ ଲଙ୍ଗଳ
କୁଆଁରୀ କୁଆଁରପୂନେଇଁ
ଚଉରା ମୂଳ
ଉଷୁମ ଖରା
ନିମିଷେ ମନ ମୋ..ହେ
ଗାଁ ଝଙ୍କାର
