STORYMIRROR

Prasanna Kumar Mandal

Inspirational

2  

Prasanna Kumar Mandal

Inspirational

ସମୟ ତ ସୀମାହୀନ

ସମୟ ତ ସୀମାହୀନ

1 min
219

ଆଜି ଯିଏ ନୂଆ

କାଲିକି ପୁରୁଣା

          ଚଲାବାଟ ଗଲା କଥା

ଚଗଲା ମନରେ

ଚହଲା ପାଣିରେ

      କାହାଣେ ଦେଉଛି ବ୍ୟଥା


କେତେ ଦୁଃଖ ସୁଖ

ସନ୍ତାପେ ବିମୁଖ

             ମୁଖରେ ବିରସ ଚିହ୍ନ

ତଥାପି ମଣିଷ

ଗଣୁଛି ବରଷ

             ମଣୁଛି ପରମ ଧନ


କଳା ଅଳନ୍ଧୁର

ଅନ୍ଧାର ଭିତରେ

               ବନ୍ଧକ ପଡ଼ିଛି ପ୍ରାଣ

ତଥାପି ବୁଝୁନି

ଅବୁଝା ମଣିଷ

          ଯୁଝୁଛି ଦେଖାଇ ଟାଣ


ଡିଜେ ନାଚଗୀତ

ଉତାଙ୍ଗ ସଙ୍ଗୀତ

            ଭୋଜିଭାତ ମଦପାଣି

ଛଳନା କଳରେ

ବିଳାପର କାଳ

            ମଣିଷ ପାରୁନି ଜାଣି


ନୂଆ ବରଷର

ସରାଗ ଘାରିଛି

                ସରଗ ପଡୁଛି ଛିଡି

ଏ ଦେଶ ଯୁବକ

ବିଷ ପିଇ ପିଇ

       ରୋଗରେ ଯାଆନ୍ତି ସଢ଼ି


ପୂରୁଣା ନୂଆର

ପତିଆରା ଖାଲି

           ସମୟ ତ ସୀମା ହୀନ

ନୂଆ ହୋଇଯିବ

ଜୀବନଟା ଦିନେ

        ବଦଳେଇ ଦେଲେ ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational