ସମୟ ତ ସୀମାହୀନ
ସମୟ ତ ସୀମାହୀନ
ଆଜି ଯିଏ ନୂଆ
କାଲିକି ପୁରୁଣା
ଚଲାବାଟ ଗଲା କଥା
ଚଗଲା ମନରେ
ଚହଲା ପାଣିରେ
କାହାଣେ ଦେଉଛି ବ୍ୟଥା
କେତେ ଦୁଃଖ ସୁଖ
ସନ୍ତାପେ ବିମୁଖ
ମୁଖରେ ବିରସ ଚିହ୍ନ
ତଥାପି ମଣିଷ
ଗଣୁଛି ବରଷ
ମଣୁଛି ପରମ ଧନ
କଳା ଅଳନ୍ଧୁର
ଅନ୍ଧାର ଭିତରେ
ବନ୍ଧକ ପଡ଼ିଛି ପ୍ରାଣ
ତଥାପି ବୁଝୁନି
ଅବୁଝା ମଣିଷ
ଯୁଝୁଛି ଦେଖାଇ ଟାଣ
ଡିଜେ ନାଚଗୀତ
ଉତାଙ୍ଗ ସଙ୍ଗୀତ
ଭୋଜିଭାତ ମଦପାଣି
ଛଳନା କଳରେ
ବିଳାପର କାଳ
ମଣିଷ ପାରୁନି ଜାଣି
ନୂଆ ବରଷର
ସରାଗ ଘାରିଛି
ସରଗ ପଡୁଛି ଛିଡି
ଏ ଦେଶ ଯୁବକ
ବିଷ ପିଇ ପିଇ
ରୋଗରେ ଯାଆନ୍ତି ସଢ଼ି
ପୂରୁଣା ନୂଆର
ପତିଆରା ଖାଲି
ସମୟ ତ ସୀମା ହୀନ
ନୂଆ ହୋଇଯିବ
ଜୀବନଟା ଦିନେ
ବଦଳେଇ ଦେଲେ ମନ
