Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Mandal

Abstract Romance

3  

Prasanna Kumar Mandal

Abstract Romance

ବିଦାୟୀ ବେଦନା

ବିଦାୟୀ ବେଦନା

1 min
172


ସମୟ ଦେଲାଣି ଇସାରା

                 ସରିଯାଉଛି ବେଳ

ବରଷ ଯାକର ସରାଗ

              ବାରମାସର ଖେଳ ।


ଭାବ ବନ୍ଧନର ବନ୍ଧନୀ

                ଆଜି ଯାଇଛି ଭାଙ୍ଗି

ପ୍ରେମ ପ୍ରଣୟରେ କାହିଁକି

             କମା ଯାଇଛି ଲାଗି ।


ବିଦାୟୀ ବେଦନା ନିଦାନେ

              ଦାନ ଦୁଃସହ କ୍ଳେଶ

ଆଶା ଅଭିଳାଷ ଆବେଗ

            ଆଜି ହେଉଛି ଶେଷ ।


ବାକି ନାହିଁ ବେଶି ସମୟ

                    ସରିଯିବ ବରଷ

ଚାଲିଯିବ ଚଲା ବଉଦ

             ପ୍ରେମ ପ୍ରୀତି ପରଶ ।


କେତେ ସ୍ମୃତି ଶତ ଶରଧା

                ସାତ ଜନମ ପ୍ରୀତି

ଭାଙ୍ଗିଗଲା ଭାବ ବନ୍ଧନ

              ବନ୍ଧୁ ପଣରେ ଇତି ।


ବିଦାୟୀ ବେଳାରେ ବିଦିର୍ଣ୍ଣ

                ଜୀର୍ଣ୍ଣ ହୃଦୟ ଦ୍ବାର

ସ୍ନେହ ଉପହାର ପରସି

           ଝରେ ଲୋତକ ଧାର ।


ନୁଆ ବରଷର ସରସ

                ଗୀତ ଶୁଭ ସଙ୍ଗୀତ

ଶୁଭୁଚି ମିଳନ ପରବ

                ସମୟର ଇଙ୍ଗିତ ।


ଶୂନ୍ୟ ମୂହୁର୍ତ୍ତ ର ମନ୍ତରେ

                  ମନ ଯାଇଛି ମଜ୍ଜି

 ସୁଶିତଳ ଶୀତ ଆସରେ

              ଆଜି ଯାଇଛି ହଜି ।


Rate this content
Log in

Similar oriya poem from Abstract