Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Mandal

Abstract

2  

Prasanna Kumar Mandal

Abstract

ସାନ ହେବ ମହାନ

ସାନ ହେବ ମହାନ

1 min
249



ଇଟାଗଦା ଦିନେ

ଅଟ୍ଟାଳିକା ହେବ

           କୀଟ ହେବ ଦିନେ ଓଟ

କୁଟାଖିଅ ଦିନେ

କାଠଓରା ହେବ

             ସମୟର ସବୁ ନାଟ ।


ଶୃଗାଳ ଶାବକ

ସିଂହ ହୋଇଯିବ

             ବୁଟଦାନା ହେବ ନଟୁ

କରାଟଟା ଦିନେ

ପାନବଟା ହେବ

          ଚାମୁଚି ହୋଇବ ଚଟୁ ।


ସିଲଟଟା ଯେବେ

କଳାପଟା ହେବ

            ପିନ୍ କଣ୍ଟା ହେବ ବାଡି

କମଳା ଲେମ୍ବୁଟା

କଖାରୁ ହୋଇବ

       କରଣୀ ହୋଇବ କୋଡ଼ି ।


ମଲାଟଟା ଦିନେ

କବାଟ ହୋଇବ

           ମଲ୍ଲୀଫୁଲ ହେବ କଇଁ

ଝାଇଁମାଛ ଯେବେ

‌କଇଁଛ ହୋଇବ

           ‌ପାନିଆ ସାଜିବ ମଇ ।


ପଟା ଲୁଗା ଦିନେ

ପାଟଶାଢ଼ୀ ହେବ

           ବିଲେଇ ହୋଇବ ବାଘ

ଚିଲ କି ଶାଗୁଣା

ଈଗଲ୍ ହୋଇବେ

          ବଣି ବି ହୋଇବ ବଗ ।


ବାଲି ଦୁମ ଦିନେ

ମାଲୁଦ ହୋଇବ

     ମନରେ ଉଦ୍ ଯୋଗ ଥିଲେ

ନିଷ୍ଠା ସାଧନାରେ

ଏକନିଷ୍ଠ ଚିତ୍ତେ

      ଏକାଗ୍ରେ ଅଗ୍ରଣୀ ହେଲେ ।


ସାନ ହେବ ଦିନେ

ମହାନ  ନାୟକ

        ସାଧନାରେ ହେଲେ ବ୍ରତୀ

ପୂନେଇଁ ଚାନ୍ଦର

ସୁନେଲି ଯୋଛନା

       ପୋଛିଦେବ ଅମାରାତି ।


ନକରି ସୋଚନା

ସଜବାଜ ହୁଅ

             ଧୂଳି ଝାଡି ଉଠ ବୀର

ଜିତିବା ପାଇଁକି

ଜନମ ତୋହର

           ଯୁଝିବାକୁ କିଆଁ ଡର ।


Rate this content
Log in

Similar oriya poem from Abstract