STORYMIRROR

Prasanna Kumar Mandal

Abstract

2  

Prasanna Kumar Mandal

Abstract

ବଣମଲ୍ଲୀର କଷଣ

ବଣମଲ୍ଲୀର କଷଣ

1 min
137

ବଣ ପାହାଡ଼ର

ବହଳ ଅନ୍ଧାର

           ବାହୁଡ଼ା ବିହଙ୍ଗ ଶୋଭା

ଅସ୍ତମିତ ରବି

ସୁଶୋଭିତ ଛବି

          ସୁନେଲି ସରଗ ଆଭା


ଅମୃତ ନିର୍ଝର

ସୁଶିତଳ ଧାର

            ଶିତଳ ସମୀର ଗୀତି

ବଣମଲ୍ଲୀ ବଣା

ଅରଣ୍ୟ ଅଗଣା

           ସପନ ହୋଇଛି ଇତି


ଫୁଟିଥିଲା ବଣେ

ନିଭୃତ କୋଣରେ

              ଥିଲା ପରିଚୟ ହୀନ

ଭାବ ବନ୍ଧନର

ଅଭାବ ଭିତରେ

           ବିଭବେ ନଥିଲା ମନ


ଆଶା ଅଭିଳାଷ

ବିଳାସବ୍ଯସନ

            ନଥିଲା ଚିତରେ କିଛି

ନିଃସଙ୍ଗ ଜୀବନେ

ନିଃସ୍ଵ ଅଙ୍ଗନରେ

          ସୁଖ ନେଇଥିଲା ବାଛି


କ୍ଷୁଦ୍ର କଳିକାଟି

କଳି ପାରିଲାନି

              କାଳର କରୁଣ କଥା

ଦେବ ପୂଜା ଆଳେ

ଛଳରେ ତୋଳିଲା

         ଦଳିଦଳି ଦେଲା ବ୍ୟଥା


ମିଛ ବନ୍ଧନର

ଅନ୍ଧ ଅନ୍ଧାରରେ

            ଛନ୍ଦି ହୋଇଯାଏ ପାଦ

ନିନ୍ଦା ଅପମାନ

ଅମାପ ଯାତନା

         ଲଭିଛି ହୃଦୟେ ଖେଦ


ଦରକାର ନାହିଁ

ଦେବ ପୂଜା ବିଧି

               ଚନ୍ଦନ କର୍ପୁର ଥାଳି

ପ୍ରତାରଣା ପଣେ

ପୂଜକ ଦୁର୍ଗୁଣେ

        ତା' ଦୁଃଖ ଗଲାଣି ବଳି


ବଣମଲ୍ଲୀ ଆଉ

ତୋଳନି ବଣରୁ

           ସେମିତି ସେଇଠି ଥାଉ

ମିଛ ବାହାନାର

ସାହାନାଇ ସୁର

           ଶୁଣାନାହିଁ ବନ୍ଧୁ ଆଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract