Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRANATI MAHAPATRA

Tragedy

3  

PRANATI MAHAPATRA

Tragedy

ପରିବର୍ତ୍ତନ

ପରିବର୍ତ୍ତନ

1 min
462



ପରିବର୍ତ୍ତନର ସ୍ଵର ତ ଜୋରସୋରରେ ଶୁଭୁଛି

ଗାଆଁରୁ ସହର,

ଲାଗୁଛି ସତେକି ସବୁ ବଦଳି ଯିବ ଏଇ ଯେମିତି

ଫୁଙ୍ଗୁଳା ଦିଶିବନି କାହା ଶରୀର ।

ରହିବନି ଫାଙ୍କା କା ଉଦର କି 

ସଢିବେନି ଆଉ କେହି

ଭୋକର ଜ୍ବାଳାରେ,

ଖୋଲା ଆକାଶ ତଳେ ,ଗଛ ମୂଳେ,

ବିତେଇବେନି ଅସହାୟ

ନିଧଡକେ ଶୋଇବେନି ପ୍ଲାଟଫର୍ମରେ ।

କୁକୁର ମୁହଁରୁ ଅଳିଆ ଗଦାରୁ ଟଣାଘୋଷରା କରି

ମେଣ୍ଟାଇବେନି କ୍ଷୁଧା,

ଭୋକ ବିକଳରେ ଅଭାବୀ ଜ୍ଵାଳାରେ 

କିଏ ହୁଏ ପାଗଳ ,କେହି କି ଦିଅନ୍ତି ବାଧା ।

ମନ୍ଦିର ବେଢାରେ ଭକତ ହାତରୁ ଟଙ୍କେ ଦୁଇଟଙ୍କା ପାଇଁ

ପତେଇବେନି ତ ହାତ,

ସତେକି ମିଳିଯିବ ମୁଣ୍ଡ ଉପରେ ଛାତ ଖଣ୍ଡେ

ଦେହକୁ ଖଣ୍ଡେ କନା 

ପେଟକୁ ଦି ମୁଠା ଭାତ ।

କାହାର ପରିବର୍ତ୍ତନ ଏଠି ହେଉଛି

ଦେଖିବାକୁ ବାକି କି ଅଛି ।


Rate this content
Log in

Similar oriya poem from Tragedy