STORYMIRROR

pranati Mahapatra

Action Inspirational

4  

pranati Mahapatra

Action Inspirational

ବର୍ତ୍ତମାନ

ବର୍ତ୍ତମାନ

1 min
225


ତିନି ସ୍ତର ମଧ୍ୟେ ଜୀବନ ବିତଇ

ଗୋଟେ ପରେ ଗୋଟେ ହୋଇ,

ଅତୀତ,ବର୍ତ୍ତମାନ ଆଉ ଭବିଷ୍ୟତ 

ଗତାନୁଗତିକ ଭାବେ ଆସୁଥାଇ।


ପୁରୁଣା ହୋଇଲେ ହୁଅଇ ଅତୀତ

ଆଗକୁ ଯା' ଅଛି ଭବିଷ୍ୟତ,

ଯାହା କରୁଥାଇ,ଯାହା ଚାଲୁଅଛି

ବର୍ତ୍ତମାନ ନାମେ ସେ ଗଣାତ।


ସମୟର ସହ ତାଳ ଦେଇ ଦେଇ

ବର୍ତ୍ତମାନ ଆମର ଚାଲିଯାଏ,

ସେହି ବର୍ତ୍ତମାନ ଅତୀତ ନାମରେ

ବର୍ତ୍ତମାନ ସଦା ଗଣାହୁଏ।


ଆଜିର କଥାଟି ଆଜି କରିଥିଲେ

ଆସନ୍ତା କାଲି ସେ ହେବ ଅତୀତ,

ଆସନ୍ତା କାଲି ଯେ ଆମ ପାଇଁ ଅଛି

 ଆମ ପାଇଁ ଅଦେଖା ଭବିଷ୍ୟତ।


ଏବେ ସମୟରେ ଯାହା ବି କରୁଛୁ 

ଆମ ପାଇଁ ତାହା ତ ବର୍ତ୍ତମାନ,

ସମୟର ସଦୁପଯୋଗ କରିବା

ପ୍ରତି କ୍ଷଣ ଅଟେ ମୂଲ୍ୟବାନ।


ଶୈଶବ କୈଶୋର ପାଇଁ ଅଟେ ପରା

ଅତୀତ ସମାନ ଯେ ସମୟ ,

ବାର୍ଦ୍ଧକ୍ୟ ବେଳର ଦୃଶ୍ୟ ଯୁବକର

ଭବିଷ୍ୟତ ବେଳ ପରିଚୟ।


ବର୍ତ୍ତମାନ ଅଟେ ସଦା ମୂଲ୍ୟବାନ 

ଏକଥା ଭୁଲିବା ନାହିଁ,

କାଲି କାମ ସଦା ଆଜି କରିଦେଇ

ଆଜି କାମ ଏବେ କରଇ।


ବର୍ତ୍ତମାନ ଭଲ କାମ କରିଥିଲେ

ଭଲ ଫଳ ତ ପାଇବା,

କୁକର୍ମ ଅବା ଅଳସୁଆ ଥିଲେ ତ

ଦୁଃଖକୁ ନିଶ୍ଚେ ଭୋଗିବା।


ବର୍ତ୍ତମାନ ଯାହା ଅଟେ ଚିରସତ୍ୟ

ସତ୍ୟପଥେ ଯିବା ପାଇଁ ବେଳ,

ବର୍ତ୍ତମାନ ପରା ମଧୁର ମୂହୁର୍ତ୍ତ

ହେଜୁଥାଅ ଥାଉ ଥାଉ ବଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action