STORYMIRROR

pranati Mahapatra

Tragedy Others

4  

pranati Mahapatra

Tragedy Others

ଲୋଡ଼ା ନାହିଁ କିଛି

ଲୋଡ଼ା ନାହିଁ କିଛି

1 min
329


ଦୁଃଖ ଅଭାବର ଜୀବନ ଜଳୁଛି

ଆମାଜନ ନିଆଁ ପରି,

ତବ ଚରଣାମୃତ ଲାଗୁଛି ସତେକି

ଶୀତଳ ଝରଣା ବାରି,

ଜୀବ ଥିବା ଯାଏ ଏ ତୁଣ୍ଡ ଗାଇବ

ତବ ମହାମନ୍ତ୍ର ଧରି।

ଶେଷ ସମୟରେ ତୋ ସ୍ଵର୍ଗ ଦୁଆରେ

ଶୋଇଯିବି କାନି ପାରି।

ଲୋଡ଼ା ଥିଲେ କେବେ ଦେଉଛୁ ଦେଉନୁ

ନାହିଁ ମୋ ସେପାଇଁ ଲୋଡା କିଛି,

ତୁ ଅଛୁ ଯଦ ପାଶେ ପାଶେ ମୋର 

ଭାବିବି ଅଛି ତ ସବୁ କିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy