ଲୋଡ଼ା ନାହିଁ କିଛି
ଲୋଡ଼ା ନାହିଁ କିଛି
ଦୁଃଖ ଅଭାବର ଜୀବନ ଜଳୁଛି
ଆମାଜନ ନିଆଁ ପରି,
ତବ ଚରଣାମୃତ ଲାଗୁଛି ସତେକି
ଶୀତଳ ଝରଣା ବାରି,
ଜୀବ ଥିବା ଯାଏ ଏ ତୁଣ୍ଡ ଗାଇବ
ତବ ମହାମନ୍ତ୍ର ଧରି।
ଶେଷ ସମୟରେ ତୋ ସ୍ଵର୍ଗ ଦୁଆରେ
ଶୋଇଯିବି କାନି ପାରି।
ଲୋଡ଼ା ଥିଲେ କେବେ ଦେଉଛୁ ଦେଉନୁ
ନାହିଁ ମୋ ସେପାଇଁ ଲୋଡା କିଛି,
ତୁ ଅଛୁ ଯଦ ପାଶେ ପାଶେ ମୋର
ଭାବିବି ଅଛି ତ ସବୁ କିଛି।