STORYMIRROR

Kali Kumar

Romance Tragedy

4  

Kali Kumar

Romance Tragedy

ତୁମେ ଗଲାପରେ

ତୁମେ ଗଲାପରେ

1 min
554


ଅବୁଝା ମନକୁ ବୁଝେଇ ପାରୁନି

ତୁମେ ଫେରିବନି ବୋଲି,

ପ୍ରେମର ପଥ ଯେ କଣ୍ଟକିତ ବୋଲି

ତୁମ ପରେ ବୁଝିଗଲି ।।


ତୁମେ ଗଲାପରେ ହୃଦ ବଗିଚାରେ

ସ୍ମୃତି (ଯେ) ଝାଉଁଳି ଯାଇଛି,

ତୁମ ପ୍ରତୀକ୍ଷାରେ ପ୍ରତି ମୁହୂର୍ତ୍ତରେ

ବିରହ ଜ୍ବାଳା (ମୁଁ) ପିଉଛି ।।


ତୁମ ବିରହଟା ଗ୍ରୀଷ୍ମ ଝାଂଜି ପରି

ଜାଳିପୋଡ଼ି ମୋତେ ମାରୁଛି,

ସ୍ମୃତି ସବୁତକ ପାଉଁଶ ହେଲାଣି

କଙ୍କାଳେ ଜୀବନ ଧରିଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance