ବୃଦ୍ଧ
ବୃଦ୍ଧ
ଜୀବନର ଷାଠିଏ ପାହାଚ
ଅତିକ୍ରମ କଲାପରେ ଯିଏ
ନଇଁ ନଇଁ ଚାଲିବା ପାଇଁକି
ଆଶ୍ରା କରେ ବାଡି ଖଣ୍ଡିକକୁ
କେଶ ସବୁ ଶୁଭ୍ର ଯାର
ଖୁଞ୍ଚିତ ଯା ଚର୍ମ
ଟିକିଏ କଥାରେ ଚିଡିବା
ବାସ୍ତବେ ଯା ଧର୍ମ
କର୍ଣ୍ଣକୁ ଶୁଭେନି ଭଲ
ବଚନ ଅସ୍ପଷ୍ଟ
ଥକିଯାଏ ଆଖି ଯାର
ଦେଖିବାରେ କଷ୍ଟ
ପରିବାରରେ ଯାହାର
ଶ୍ରେଷ୍ଠ ସ୍ଥାନ ଥାଏ
ଏ ସମାଜେ ସେ ମଣିଷ
ବୃଦ୍ଧ ହିଁ ବୋଲାଏ
ଦେଖେ ଶୁଣେ ଚୁପ ରୁହେ
କିଛି ତ କୁହେନି
ମୁହଁ ଖୋଲିଲେ ଆଶ୍ରୟ ହେବ
ବୃଦ୍ଧା ଶ୍ରମ ପୁଣି
ତେଣୁ ଯିଏ ଯାହା କୁହେ ପଛେ ନିରବରେ ସହି
ଖାଉଛି ଗଣ୍ଡାଏ କେବଳ ବଞ୍ଚିବାର ପାଇଁ
ବୟସର ଅପରାହ୍ନେ ପାଦ ଥାପିଥାପି
ବରିଷ୍ଠ ନାଗରିକର ମାନ୍ୟତା ପାଇକି
ବସି ରୁହେ ଚଉକିରେ ନାତୁଣୀ ମେଳରେ
କେତେ ମଜା ଗପ କୁହେ ବସାଇ ପାଖରେ
ବୃଦ୍ଧଟିଏ ବାପା ହେଉ ଅବା ଜେଜେବାପା
ତା ଉପରେ କେବେ ମଧ୍ୟ ହେବା ନାହିଁ ଖପ୍ପା
ଆଗତ ଭବିଷ୍ୟତ କଥା ସେ ଜାଣନ୍ତି ବୋଲି
ପରିବାର ମୁଖ୍ୟ ତାଙ୍କ ପରାମର୍ଶେ ଚଳି
ପରିବାର ନୁହେଁ ସେତ ସେନେହ ମନ୍ଦିର
ପରସ୍ପର ବୁଝାମଣା ଥାଏ ନିରନ୍ତର
ବୃଦ୍ଧ ନୁହେଁ ସିଏ ପରା ଜୀଅନ୍ତା ଠାକୁର
ସୁଖ ପାଇଁ ତାଙ୍କ ପଦେ କର ନମସ୍କାର ।।