STORYMIRROR

Rajendra Bishoyi

Others

3  

Rajendra Bishoyi

Others

ବୃଦ୍ଧ

ବୃଦ୍ଧ

1 min
318

ଜୀବନର ଷାଠିଏ ପାହାଚ 

ଅତିକ୍ରମ କଲାପରେ ଯିଏ

ନଇଁ ନଇଁ ଚାଲିବା ପାଇଁକି

ଆଶ୍ରା କରେ ବାଡି ଖଣ୍ଡିକକୁ

କେଶ ସବୁ ଶୁଭ୍ର ଯାର 

ଖୁଞ୍ଚିତ ଯା ଚର୍ମ

ଟିକିଏ କଥାରେ ଚିଡିବା

ବାସ୍ତବେ ଯା ଧର୍ମ

କର୍ଣ୍ଣକୁ ଶୁଭେନି ଭଲ

ବଚନ ଅସ୍ପଷ୍ଟ

ଥକିଯାଏ ଆଖି ଯାର 

ଦେଖିବାରେ କଷ୍ଟ

ପରିବାରରେ ଯାହାର 

ଶ୍ରେଷ୍ଠ ସ୍ଥାନ ଥାଏ

ଏ ସମାଜେ ସେ ମଣିଷ

ବୃଦ୍ଧ ହିଁ ବୋଲାଏ

ଦେଖେ ଶୁଣେ ଚୁପ ରୁହେ 

କିଛି ତ କୁହେନି

ମୁହଁ ଖୋଲିଲେ ଆଶ୍ରୟ ହେବ

ବୃଦ୍ଧା ଶ୍ରମ ପୁଣି 

ତେଣୁ ଯିଏ ଯାହା କୁହେ ପଛେ ନିରବରେ ସହି

ଖାଉଛି ଗଣ୍ଡାଏ କେବଳ ବଞ୍ଚିବାର ପାଇଁ

ବୟସର ଅପରାହ୍ନେ ପାଦ ଥାପିଥାପି

ବରିଷ୍ଠ ନାଗରିକର ମାନ୍ୟତା ପାଇକି

ବସି ରୁହେ ଚଉକିରେ ନାତୁଣୀ ମେଳରେ

କେତେ ମଜା ଗପ କୁହେ ବସାଇ ପାଖରେ

ବୃଦ୍ଧଟିଏ ବାପା ହେଉ ଅବା ଜେଜେବାପା

ତା ଉପରେ କେବେ ମଧ୍ୟ ହେବା ନାହିଁ ଖପ୍ପା

ଆଗତ ଭବିଷ୍ୟତ କଥା ସେ ଜାଣନ୍ତି ବୋଲି

ପରିବାର ମୁଖ୍ୟ ତାଙ୍କ ପରାମର୍ଶେ ଚଳି

ପରିବାର ନୁହେଁ ସେତ ସେନେହ ମନ୍ଦିର

ପରସ୍ପର ବୁଝାମଣା ଥାଏ ନିରନ୍ତର

ବୃଦ୍ଧ ନୁହେଁ ସିଏ ପରା ଜୀଅନ୍ତା ଠାକୁର

ସୁଖ ପାଇଁ ତାଙ୍କ ପଦେ କର ନମସ୍କାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ