ମେଘ
ମେଘ
ଆରେ ମେଘ,
ତୁ ମୋ ସାଙ୍ଗ ବୋଲି
ତୋ ପାଲିଙ୍କିରେ ବସାଇ
ମୋ ପ୍ରିୟାକୁ ତୁ ନେଇଆସେ
ଆରେ,
ସେ ଗାଧୋଇ ସାରିଲାଣି
ବାଡୁଅ ପାଣିରେ
ଲଗାଇ ସାରିଲାଣି ଦେହରେ ହଳଦୀ
ସରୁ ପାଦରେ ଅଳତା ନାଇ
ସଜ ହେଲାଣି ସତ
ହେଲେ ତୁ ଯାଇନୁ ବୋଲି
ତା’କଅଁଳ ଆଖିକୁ ,
ସେ ପିନ୍ଧି ପାରିନି
ବଉଳ ପାଟ
ସାଙ୍ଗ ସାଥି ଟାହି ଟାପର କଲେ ବି
ସଜାଇ ହେଇ ପାରିନି ଗହଣା ଗାଣ୍ଠିରେ
କାହିଁକି ନା
ତୋ ସାଥେ କିଛି
ସଂକଳ୍ପ କରିବାର ଅଛି
"ଯେପରି ଏବେ ଆସିବାରେ ଡେରି କରୁ ଅଛୁ
ବାହାଘର ପରେ ବି କେବେ ଆସିବୁନି
ମୋ କତିକୁ ଅପ୍ରତ୍ଯାଶିତ ଭାବେ "
କଣ,
ତୁ ମୋ ପ୍ରିୟାର କଥା ରଖିପାରିବୁ ତ
ଶ୍ରାବଣ ଆସିଲେ ମଧ୍ୟ
ଆମପ୍ରେମ ଅଗଣାରେ
କେବେ ଝରି ବୁନି
ବରଷାର ଛିଟା ଟିଏ ହୋଇ
ଚୁମିବୁନି ଲୁହ ହୋଇ କେବେ
ତା କଅଁଳ ଆଖିକୁ
ରାଣ ଦେଉଛିରେ ତୋତେ
ବିଳମ୍ବ ନ କରି ଯାଆ ତା ପାଖକୁ
ଛୁଇଁ ଦେଇ ଆସିବୁ ଟିକିଏ
ଖୁସିରେ ତୋ ପରଶ ପାଇକି
ସ୍ମିତହାସ୍ଯ ବଦନରେ
ଚଢିବ ପାଲିଙ୍କି
ତୋଳିବାକୁ ସ୍ମୃତି ର ମହଲ
ଏଇ ମୋର ମନ ମନ୍ଦିରରେ ।।

