STORYMIRROR

Rajendra Bishoyi

Romance

3  

Rajendra Bishoyi

Romance

ମେଘ

ମେଘ

1 min
236

ଆରେ ମେଘ,

ତୁ ମୋ ସାଙ୍ଗ ବୋଲି

ତୋ ପାଲିଙ୍କିରେ ବସାଇ 

ମୋ ପ୍ରିୟାକୁ ତୁ ନେଇଆସେ

ଆରେ,

ସେ ଗାଧୋଇ ସାରିଲାଣି

ବାଡୁଅ ପାଣିରେ

ଲଗାଇ ସାରିଲାଣି ଦେହରେ ହଳଦୀ

ସରୁ ପାଦରେ ଅଳତା ନାଇ

ସଜ ହେଲାଣି ସତ

ହେଲେ ତୁ ଯାଇନୁ ବୋଲି

ତା’କଅଁଳ ଆଖିକୁ ,

ସେ ପିନ୍ଧି ପାରିନି

ବଉଳ ପାଟ

ସାଙ୍ଗ ସାଥି ଟାହି ଟାପର କଲେ ବି

ସଜାଇ ହେଇ ପାରିନି ଗହଣା ଗାଣ୍ଠିରେ

କାହିଁକି ନା 

ତୋ ସାଥେ କିଛି

ସଂକଳ୍ପ କରିବାର ଅଛି

"ଯେପରି ଏବେ ଆସିବାରେ ଡେରି କରୁ ଅଛୁ 

ବାହାଘର ପରେ ବି କେବେ ଆସିବୁନି

ମୋ କତିକୁ ଅପ୍ରତ୍ଯାଶିତ ଭାବେ "

କଣ, 

ତୁ ମୋ ପ୍ରିୟାର କଥା ରଖିପାରିବୁ ତ 

ଶ୍ରାବଣ ଆସିଲେ ମଧ୍ୟ 

ଆମପ୍ରେମ ଅଗଣାରେ

କେବେ ଝରି ବୁନି 

ବରଷାର ଛିଟା ଟିଏ ହୋଇ 

ଚୁମିବୁନି ଲୁହ ହୋଇ କେବେ

ତା କଅଁଳ ଆଖିକୁ

ରାଣ ଦେଉଛିରେ ତୋତେ

ବିଳମ୍ବ ନ କରି ଯାଆ ତା ପାଖକୁ

ଛୁଇଁ ଦେଇ ଆସିବୁ ଟିକିଏ

ଖୁସିରେ ତୋ ପରଶ ପାଇକି

ସ୍ମିତହାସ୍ଯ ବଦନରେ 

ଚଢିବ ପାଲିଙ୍କି

ତୋଳିବାକୁ ସ୍ମୃତି ର ମହଲ

ଏଇ ମୋର ମନ ମନ୍ଦିରରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Romance