STORYMIRROR

Rajendra Bishoyi

Others

4  

Rajendra Bishoyi

Others

ପାହାଡ

ପାହାଡ

1 min
225

ହେ ପାହାଡ,

କାହିଁକି ଶୋଇଛ 

ଏଇମିତି ନିଶ୍ଚଳ ଭାବରେ

ଦେଖି କି ପାରୁନା ତୁମେ

ପୃଥିବୀବାସୀଙ୍କ ଚାଲି ଚଳନକୁ

ମୁଁ ଜାଣିଛି

ତୁମେ କାନ୍ଦୁଛ 

ମଥା ପିଟି କାନ୍ଦୁଛ

କାହିଁକିନା,

ଏ ନିଷ୍ଠୁର ମାନବ

ତୁମର ବସ୍ତ୍ର ରୂପକ ଗଛ ସବୁ କାଟି

ଉଲଗ୍ନ କଲେଣି ତୁମ କୋମଳ ଦେହକୁ

ତୁମ ଶରୀରର ମାଂସରୂପି ଗୁଡି ମାଟିକୁ

ଝୁଣି ଝୁଣି ଖାଇଗଲାଣି–ନବ ନିର୍ମିତ ଘର ସବୁ

ତୁମର ହାଡ ସ୍ଵରୂପ ପଥରକୁ ଚୁରମାର କରି

ଠିଆ କଲେଣି କେତେ ନୂଆଁ କାରଖାନା

ତୁମ ମୁକୁଟକୁ ହରଣ କଲେଣି ଜେସିବି ହିଟାଇଚ୍

ତୁମ ଶରୀରର ମାଂସପେଶୀକୁ ବିକାବିକି କରି

ପେଟ ପୋଷୁଛନ୍ତି ଚୋରା ବେପାରୀ

ଜାଣିଛ ପାହାଡ,

ତମେ କାନ୍ଦୁଛ ବୋଲି

ତୁମରି କୋଳରେ ଆଉ କିଏ

କରୁନାହାନ୍ତି ବଣଭୋଜୀ ଥରେ

ତୁମର ଚେରମୂଳ ପରି

କାୟା ବିସ୍ତାର କରିଥିବା

ପଶୁପକ୍ଷୀ ଦଳ

ତୁମ କୋଳ ଛାଡିଲେଣୀ

ମଣିଷର ଭୟେ

ତେଣୁ ହେ ପାହାଡ,

ଚିଠି ଲେଖ ନୂଆ ମନ୍ତିରିକୁ

ସାଇତି ରଖନ୍ତୁ ତୁମେ

ନୂଆଁ ନନ୍ଦନକାନନରେ ସେହି

ସୁରକ୍ଷା ବଳୟ ଭିତରେ

ଲୀନ ହେବା ପୂର୍ବୁ ଏଇ ଭାଟି ଗର୍ଭରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ