STORYMIRROR

Rajendra Bishoyi

Others

4  

Rajendra Bishoyi

Others

ଗଛ

ଗଛ

1 min
232

ଗଛ ତୁମେ କୁଣିଆ ହୋଇକି

ଆସିବନି ମୋ ବାଡିକୁ କେବେ

କାହିଁକି ନା

ଏ ନିଷ୍ଠୁର ମଣିଷଙ୍କ ବ୍ୟବହାର

ତୁମ ପ୍ରତି ଏତେ କଦର୍ଯ୍ୟ ଯେ

ସହ୍ଯ ନୁହେଁ ମୋ ପକ୍ଷରେ ତାହା

ଦେଖୁନ–

ତୁମେ ତ ଦେଉଛ ଫଳ 

ତୁମେ ତ ଦେଉଛ ଜଳ 

ତୁମେ ତ ଦେଉଛ ବାସ 

ତୁମେ ଦେଉଛ ନିଃଶ୍ବାସ

ତୁମେ ସାଜୁଛ ମହୌଷଧି

ତୁମ ଦ୍ୱାରା ହୁଏ ଯଜ୍ଞ ବିଧି

ମହୁ , ଘିଅ, ଲାଖ ଦିଅ

ରୋକ ପୁଣି ମୃତ୍ତିକା କ୍ଷୟକୁ

ସୁନ୍ଦର ପରିବେଶ ସାଙ୍ଗକୁ

ତୁମେ ଦିଅ ପଥିକ ଆଶ୍ରୟେ

ଛାଇ ରୂପି ଓଢଣି ତଳରେ

ଆଶ୍ରା ନିଏ ଏ ମଣିଷ

ରୌଦ୍ର ତାପ ଭୟେ

ଏତେ ସବୁ ଲାଭ ତୁମ ଠାରୁ 

ପାଇ ସାରିବା ପରେ ବି ମଣିଷ

କଟୁରି ଧରି 

ଖଣ୍ଡ ଖଣ୍ଡ କରିଦିଏ ତୁମେ

ଡାଳ ପତର ବି ଛାଡେ ନାହିଁ ଟିକେ 

କେବଳ ଥୁଣ୍ଟା ଗଛଟିଏ ହୋଇ

ପଡି ରହିଛି ଜଙ୍ଗଲରେ ଏକା

ଦେଖିବା ପାଇଁକି

ଏ ମଣିଷର ଭବିଷ୍ୟ ଦୁର୍ଦ୍ଦଶା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ